ସବୁଜ ପୃଥିବୀ ପାଇଁ ଶପଥ ନେଲେ ୮ ଦେଶର ପ୍ରତିନିଧି

ଭୁବନେଶ୍ୱର: ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜଙ୍ଗଲ ଓ ପଶୁପକ୍ଷୀ ସୁରକ୍ଷା ପାଇଁ କାର୍ଯ୍ୟରତ ଅନୁଷ୍ଠାନ ‘ପ୍ରେରଣା ଗ୍ରିନ ଆର୍ମି’ ପକ୍ଷରୁ ଗଙ୍ଗନଗରଠାରେ ‘ସବୁଜ ପୃଥିବୀ ପାଇଁ ଆମେ’ ନାମକ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ୮ଟି ଦେଶର ୬୦ପ୍ରତିନିଧି ଓ ୫୦୦ଗ୍ରିନ୍ ଆର୍ମି ଯୋଗ ଦେଇ ସବୁଜ ପୃଥିବୀ ପାଇଁ କାର୍ଯ୍ୟ କରିବାକୁ ଶପଥ ପାଠ କରିଥିଲେ। ବର୍ତ୍ତମାନ ପୃଥିବୀ ଆଗରେ ଜଳବାୟୁ ପରିବର୍ତ୍ତନ, ଉତ୍ତାପବୃଦ୍ଧି, ଅଦିନିଆ ବର୍ଷା, ଅତିବର୍ଷା, ସାମୁଦ୍ରିକ ଝଡ଼, ବାୟୁ ପ୍ରଦୂଷଣ ଘାତକ ହୋଇ ଠିଆହୋଇଛି।
ଏପରିସ୍ଥଳେ ପୃଥବୀକୁ ସବୁଜ ସୁନ୍ଦର ତଥା ଓ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।ବୁଲଗେରିଆର ଗ୍ରୀଙ୍କା ଗ୍ରେନେଭା, ଜର୍ଜିଆର ମନାନା, ଜର୍ମାନୀର ସାଭିନାମାରୀ, ଇରାନର ରୋବାବ ଆସିଆନ୍, କାଜାକାସ୍ଥାନର ଗୁଲୁଜାହାନ, ନେପାଳର ଅମୃତ୍ୟା, ଉଜ୍ବିକସ୍ଥାନର ସିରିନି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗଙ୍ଗନଗର ଛକଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ କରା ଯାଇଥିଲା।
Comments are closed.