ବଲାଙ୍ଗିର ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୋଲିସ ପକ୍ଷରୁ ଗୁଣି ଗାରେଡି ପରି ଅନ୍ଧବିଶ୍ବାସ ବିରୋଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆମ ପୋଲିସ ସମିତି ସିରୋନାମାରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ରବିବାର ଦିନ ସଦର ଥାନା ଅଧିନ ମାହାର ପଲ୍ଲୀ ଛକ ଠାରେ ଏକ ଜନଚେତନା କାର୍ଯ୍ୟକ୍ରମରେ ସଦରଥାନା ଅଧିକାରୀ ତୋଫାମି ବାଗ ଗୁଣି ଗାରେଡିରେ କୌଣସି ସତ୍ୟତା ନାହିଁ କହି ଏସବୁକୁ ବିଶ୍ବାସ ନ କରିବାକୁ ସମସ୍ତ ଜନତାଙ୍କୁ ପରାମର୍ଶ ଦେଇଥିଲେ ।
ଏହି କର୍ଯ୍ୟକ୍ରମରେ ଥାନା ଅଧିକାରୀ ବି. ରୁଦ୍ରୟା , ସଂଗ୍ରାମ କେଶରୀ ପଟ୍ଟନାୟକ , ଏସଡି.ପି. ଓ ଶ୍ରୀକାନ୍ତ ବାରିକ ପ୍ରମୁଖ ଯୋଗଦେଇ ଗୁଣି ଗାରେଡି ସଂପର୍କରେ ବିଶ୍ବାସ ନକରିବାକୁ କହିଥିଲେ ଓ ଉତ୍କଳ ବିଶ୍ବୋବିଦ୍ୟାଳୟର ଅବସରପ୍ରାପ୍ତି ମନସ୍ତତ୍ତ୍ବ ବିଭାଗର ପ୍ରଫେସର ଡ଼ ପ୍ରତାପ କୁମାର ରଥ ମଧ୍ୟ ଯୋଗ ଦେଇଥିଲେ ।
ହେତୁବାଦୀ ପତ୍ରିକା ବୈଜ୍ଞାନିକ ଚର୍ଚ୍ଚାର ସଂପାଦକ ଦେବେନ୍ଦ୍ର ସୁତାର ବଲାଙ୍ଗିର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୁଣିଗାରେଡିକୁ ନେଇ ଘଟିଯାଇଥିବା ହତ୍ୟାକାଣ୍ଡ ସଂପର୍କରେ ବିବରଣୀ ଦେବାସହ ଗୁଣିଗାରେଡି ଯୋଗୁଁ ପରିବାର ଭଙ୍ଗିଯାଇଥିବା ଓ ସାମାଜିକ ଜୀବନ ନଷ୍ଟ ହେଉଥିବା କହିଥିଲେ ।
ଆକାଶବାଣୀ ର ପୂର୍ବତନ ନିର୍ଦ୍ଦେଶକ ସୁଧାଶୁଂ ଶେଖର ଧଡା ଗୁଣି ଗାରେଡି ଏବଂ ତଥା କଥିତ ଅଲୌକିକ ଘଟଣାରୁ କେତେକ ପଦର୍ଶନ କରି ଏହା ପଛରେ ରହିଥିବା କୌଶଳ ଓ ଧୋକାବାଜୀ ଆଦିର ବିଶ୍ଳେଷଣ କରିଥିଲେ । ଏହାପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା ।
Comments are closed.