Odisha Link
Bridging the Missing Links in Odisha

ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି ସ୍କୁଲ୍‌ ଛାତ୍ରୀ

ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି ସ୍କୁଲ୍‌ ଛାତ୍ରୀ। ପାଚିକା କିମ୍ବା ସହାୟିକାଙ୍କ ବଦଳରେ କୁନି କୁନି ପିଲାମାନଙ୍କୁ ମଧ୍ୟାହ୍ନ୍ନ ଭୋଜନ ପ୍ରସ୍ତୁତିରେ ଲଗାଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଉପକଣ୍ଠ ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ନିୟମିତ ମିଳୁଥିବା ମଧ୍ୟାନ୍ନ ଭୋଜନ ପାଇଁ ତୃତୀୟ ଶ୍ରେଣୀର ଦୁଇ ଛାତ୍ରୀ ପରିବା କାଟୁଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ନିକଟରେ ଦୁଇଟି ଗ୍ୟାସ ଚୁଲ୍ଲା ମଧ୍ୟ ଜଳୁଥିଲା।

ତେବେ ପରିବା କାଟିବା ନେଇ ପଚାରିବାରୁ ହେଡ୍‌ ଦିଦି କହିଥିବା କହିଛନ୍ତି ଦୁଇ ଛାତ୍ରୀ। ତେବେ କେବଳ ଆଳୁ ନୁହେଁ, ଅନ୍ୟାନ୍ୟ ପରିବା କାଟିବା ସହ ମସଲା ବଟା, ବାସନ ମାଜିବାକୁ ମଧ୍ୟ ଦିଦି କହୁଥିବା କହିଛନ୍ତି ଛାତ୍ରୀ। ବହୁ ସମୟରେ କିନ୍ତୁ ହେଡ୍‌ ଦିଦି ପିଲାମାନଙ୍କୁ ପରିବା କଟାରେ ଲଗାଉଥିବା କଥା ସେହି ବିଦ୍ୟାଳୟର ଆଉ ଜଣେ ଶିକ୍ଷୟିତ୍ରୀ କହିଛନ୍ତି। ଏହି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.