ଆପଣଙ୍କ ଗାଡିରେ ଏହି ସୁବିଧା ନଥିଲେ ଗଣିବେ ଦ୍ବିଗୁଣା ତଣ୍ଡ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଜାତୀୟ ରାଜପଥ ଗୁଡିକରେ ଲାଗୁ ହେବ ନୁଆ ନିୟମ। ଟୋଲ୍ ପ୍ଲାଜାଗୁଡିକରେ ରେଡିଓ -ଫ୍ରିକ୍ବେନ୍ସି-ଆଇଡେଣ୍ଟିଫିକେଶନ୍ ( ଆରଏଫଆଇଡି) ଆଧାରିତ ଫାସ୍ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯିବ। ଘରୋଇ ଗାଡି ହେଇ କିମ୍ବା ବ୍ୟବସାୟିକ ଗାଡି ସମସ୍ତଙ୍କ ପାଇଁ ଏହି ଫାସଟ୍ୟାଗ ବାଧ୍ୟତାମୂଳକ। ଯେଉଁ ଗାଡିରେ ଏହି ଫାସ୍ଟ୍ୟାଗ ନ ଥିବ ସେହି ଗାଡି ଠାରୁ ଟୋଲ ପ୍ଲାଜାରେ ଦୁଇଗୁଣା ଟୋଲ୍ ଟିକସ ଆଦାୟ କରାଯିବ।
ଯଦି ଆପଣଙ୍କ ଗାଡିରେ ଫାସ୍ଟ୍ୟାଗ ବ୍ୟବସ୍ଥା ରହିଛି ତେବେ ଟୋଲ ପ୍ଲାଜାରେ ଟିକସ ଦେବାକୁ ଗାଡି ଅଟକାଇବାକୁ ପଡିବ ନାହିଁ। ଆପଣଙ୍କ ଗାଡିର ଓ୍ବିଣ୍ଡ ସ୍କିନ୍ରେ ଲାଗିଥିବା ଫାସ୍ଟ୍ୟାଗ୍ ସହ ଲିଙ୍କ ହୋଇଥିବା ଆକାଉଣ୍ଟ ଓ୍ବାଲେଟ୍ରୁ ଟିକସ ଆପେ ଆପେ କଟିଯିବ।ଫାସ୍ ଟ୍ୟାଗ ଚାଲୁ କରିବା ନିମନ୍ତେ ୨୨ ଅଧିକୃତ ବ୍ୟାଙ୍କ ଦ୍ବାରା ବିଭିନ୍ନ ମାଧ୍ୟମ ଯେପରି ଜାତୀୟ ରାଜପଥ ଟୋଲ ପ୍ଲାଜାର ଫଏଣ୍ଟ ଅଫ୍ ସେଲ୍ ( ପିଓଏସ) ଜରିଆରେ ଓ ବଛାବଛା ବ୍ୟାଙ୍କ ଶାଖା ଦ୍ବାରା ଜାରି କରାଯାଏ। ଫାସଟ୍ୟାଜ୍ ଆମାଜନ ପରି ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ।
Comments are closed.