Odisha Link
Bridging the Missing Links in Odisha

ଆଜି ୭୦ ତମ ସମ୍ବିଧାନ ଦିବସ

ଭୁବନେଶ୍ବର: ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ। ଚଳିତ ବର୍ଷ ପାଳିତ ହେଉଛି ୭୦ ତମ ସମ୍ବିଧାନ ଦିବସ। ୧୯୪୯ ମସିହା ଆଜିର ଦିନରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା।ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ। ଡା.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ। ଏହି ସମ୍ବିଧାନ ପୁସ୍ତକ ପ୍ରସ୍ତୁତି ପାଇଁ କୌଣସି ଟାଇପିଙ୍ଗ୍ ମେସିନ୍ କିମ୍ବା ପଣ୍ଟିଙ୍ଗର ବ୍ୟବହାର କରାଯାଇନଥିଲା।

୨୬ ଜାନୁଆରୀ ୧୯୫୦ ରେ ଲାଗୁ କରାଯାଇଥିବା ଭାରତର ସମ୍ବିଧାନ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ୨୦୧୫ ମସିହାରେ “ସମ୍ବିଧାନ ଦିବସ” ରୂପେ ପାଳନ କରାଗଲା । ଡା.ବି.ଆର୍. ଆମ୍ବେଦକରଙ୍କ ଯୋଗଦାନ ଏବଂ ସମ୍ବିଧାନର ମହତ୍ତ୍ୱକୁ ପ୍ରସାର କରିବା ପାଇଁ “ସମ୍ବିଧାନ ଦିବସ” ପାଳନ କରାଯାଏ । ସମ୍ବିଧାନ ସଭାର ସଦସ୍ୟଙ୍କୁ ଭାରତର ବିଭିନ୍ନ ରାଜ୍ୟର ନିର୍ବାଚିତ ସଦସ୍ୟଙ୍କ ଦ୍ୱାରା ଚୟନ କରାଯାଇଥିଲା । ଏହି ସଭାର ପ୍ରମୁଖ ସଦସ୍ୟ ଥିଲେ ପଣ୍ଡିତ ଜବାହାରଲାଲ୍ ନେହେରୁ ,ଡ.ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଅବୁଲ୍ କଲାମ୍ ଆଜାଦ୍।

ମୂଳ ସମ୍ବିଧାନରେ ସର୍ବମୋଟ ୨୨ଗୋଟି ଭାଗ ବା ଅଧ୍ୟାୟ ମଧ୍ୟରେ ୩୯୫ଟି ଧାରା ଓ ୮ଗୋଟି ପରିଶିଷ୍ଟ ରହିଥିଲା। ୨୦୧୧ ମସିହା ମାର୍ଚ୍ଚ ମାସ ସୁଦ୍ଧା ୧୧୪ଥର ସମ୍ବିଧାନ ସଂଶୋଧନ ହୋଇ ସାରିଲାଣି । ବର୍ତ୍ତମାନ ରୂପରେ ଭାରତୀୟ ସମ୍ବିଧାନରେ ପ୍ରାକ୍କଥନ ସହ ସର୍ବମୋଟ ୨୫ଗୋଟି ଭାଗ ବା ଅଧ୍ୟାୟ ମଧ୍ୟରେ ୪୫୦ଟି ଧାରା ଓ ୧୨ଗୋଟି ପରିଶିଷ୍ଟ ଅଛି।

Comments are closed.