ମୋଦି, ଶାହଙ୍କ ବାର୍ତ୍ତା ପରେ ଏହା କଲେ ଫଡନାଭିସ୍
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ମହାରାଷ୍ଟ୍ର ରାଜନୀତିକୁ ନେଇ ମହା’ରାୟ’ ଶୁଣାଇଥିଲେ। ସୁପ୍ରିମକୋର୍ଟ ଆସ୍ଥା ଭୋଟ ପାଇଁ ଦେବେନ୍ଦ୍ର ଫଡ଼ନାଭିସ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଦିଲ୍ଲୀ ବିଜେପି କ୍ୟାମ୍ପରେ ହଲଚଲ ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ।
ବୈଠକରେ ବିଜେପି କେମିତି ସଂଖ୍ୟାଗରିଷ୍ଠତା ହାସଲ କରିବ, ତା’ ଉପରେ ଆଲୋଚନା ହୋଇଥିଲା। ତେବେ ବିଜେପି ୧୪୫ ବିଧାୟକଙ୍କୁ ଏକଜୁଟ କରିବାରେ ବିଫଳ ହେବ ବୋଲି ବୈଠକରେ ସମସ୍ତେ ମତ ଦେଇଥିଲେ। ଏହାପରେ ମୋଦି ଓ ଶାହ ମିଳିତ ଭାବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପାଖକୁ ଏନେଇ ମେସେଜ କରିଥିଲେ। ମୋଦି ଓ ଶାହଙ୍କ ମେସେଜ ପାଇବା ପରେ ଫଡ଼ନାଭିସ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡାକି ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ଆସ୍ଥା ଭୋଟରେ ହାରି ହୀନସ୍ତା ହେବା ଅପେକ୍ଷା ଆଗୁଆ ଇସ୍ତଫା ଦେବା ଠିକ୍ ହେବ ବୋଲି ସେମାନେ ଚିନ୍ତା କରିଥିଲେ। ଶେଷରେ ଏହି ବାର୍ତ୍ତାକୁ ଫଡ଼ନାଭିସଙ୍କୁ ଦିଆଯାଇଥିଲା। ପରେ ପ୍ରେସ୍ମିଟ୍ କରି ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ଦେବେନ୍ଦ୍ର।
Comments are closed.