ବିକ୍ରି ହେବନି ବାରବାଟୀର ୫୩୦୦ ଟିକେଟ
![](https://www.odishalink.com/wp-content/uploads/2019/11/barabati-1.jpg)
କଟକ: ବାରବାଟୀର ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରିରୁ ୫୩୦୦ ଟିକଟ ବିକ୍ରି ହେବ ନାହିଁ। ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଆଜି ଆର୍ଡିସିଙ୍କ ସମୀକ୍ଷା ପରେ ଓସିଏର ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆସନ୍ତା ଇଣ୍ଡିଆ-ଓ୍ବେଷ୍ଟିଣ୍ଡିଜ୍ ଦିନିକିଆ ମ୍ୟାଚ୍ ଡିସେମ୍ବର ୨୨ ତାରଖରେ ଖେଳା ଯିବାକୁ ଥିବାବେଳେ ଏଥି ନିମନ୍ତେ ଆସନ୍ତା ୫ ତାରିଖରୁ ଅନ୍ ଲାଇନରେ ଟିକଟ ବିକ୍ରି ଆରମ୍ଭ ହେବ।
Comments are closed.