ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ ବିଜେପିର କୋଲମ୍ବକର
ମୁମ୍ବାଇ: ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ ବିଜେପିର କାଳିଦାସ କୋଲମ୍ବକର। ତାଙ୍କୁ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶପଥ କରାଇଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ବରିଷ୍ଠତା ଆଧାରରେ ଜଣେ ଅସ୍ଥାୟୀ ବାଚସ୍ପତି ବଛାଯାଇଥାଏ। ସର୍ବାଧିକ ଥର ବିଧାୟକ ହୋଇଥିବା ବ୍ୟକ୍ତିଙ୍କୁ ଏହି ପଦ ପାଇଁ ବଛାଯାଇଥାଏ। ରାଜ୍ୟପାଳ ହିଁ ଏହି ପଦ ପାଇଁ ଜଣଙ୍କୁ ମନୋନୀତ କରିଥା’ନ୍ତି।
Maharashtra: BJP MLA Kalidas Kolambkar takes oath as Protem Speaker, at Raj Bhawan in Mumbai. Oath administered by Governor Bhagat Singh Koshyari pic.twitter.com/mSYjRXgmQk
— ANI (@ANI) November 26, 2019
ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବାପରେ ବିଧାୟକମାନଙ୍କର ଶପଥ ପାଠ ଆୟୋଜିତ ହେବ ବୋଲି କାଳିଦାସ ସୂଚନା ଦେଇଛନ୍ତି। ବିଧାନସଭାରେ ସ୍ଥାୟୀ ବାଚସ୍ପତି ଚୟନ ହେବା ଯାଏ ସେ ଗୃହ ଦାୟିତ୍ୱ ସମ୍ଭାଳିବେ। କାଳିଦାସ ପୂର୍ବତନ ଶିବସେନା ବିଧାୟକ। ସେ ପରେ ନାରାୟଣ ରାଣେଙ୍କ ସହ ଦଳ ଛାଡ଼ି କଂଗ୍ରେସ ଚାଲିଯାଇଥିଲେ। ପରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ସହ ବର୍ତ୍ତମାନ ବିଧାୟକ ଅଛନ୍ତି।
Comments are closed.