Odisha Link
Bridging the Missing Links in Odisha

୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ମହା ରାଜନୀତିରେ ମହା ଟୁଇଷ୍ଟ। ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍। ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୮୦ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍। ଗତ ଶନିବାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଦେବେନ୍ଦ୍ର ଫଡନାଭିସ୍। ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏନସିପି ନେତା ଅଜିତ ପାଓ୍ବାର। କିଛି ସମୟ ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲାବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍।

୨୦୧୪ରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲା ଦେବେନ୍ଦ୍ର ଫଡନାଭିସ୍। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ମହାରାଷ୍ଟ୍ର ଶାସନ ଭାର ସମ୍ଭାଳିଥିଲେ। ସେହିପରି ଦ୍ବିତୀୟ ଥର ପାଇଁ ଗତ ଶନିବାର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଦେବେନ୍ଦ୍ର ଫଡନାଭିସ୍। ମୁଖ୍ୟମନ୍ତ୍ରୀ ହେବାର ୪ଦିନ ପରେ ଅର୍ଥାତ୍‌ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ୮୦ ଘଣ୍ଟାରୁ କମ୍‌ ସମୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍।

ଅପରାହ୍ନ ୩.୩୦ ସମୟରେ ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର କହିଛନ୍ତି ଯେ, ସରକାର ଗଠନ ନେଇ ଆବଶ୍ୟକ ସଂଖ୍ୟା ଆମ ପାଖରେ ନାହିଁ। ଆମେ ବିରୋଧୀ ଆସନରେ ବସିବୁ। ଆଉ ଶାସକ ମେଣ୍ଟ ସରକାରକୁ କଭିଳି ଶାସନ କରିବାକୁ ପଡେ ଶିଖାଇବୁ ବୋଲି ଦେବେନ୍ଦ୍ର କହିଛନ୍ତି। ଅଜିତ ପାଓ୍ବାର ବି ଇସ୍ତଫା ଦେଇଥିଛନ୍ତି ଏବଂ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଦେବେନ୍ଦ୍ର ଫଡନାଭିସ୍।

ଆମର ଅସାଧୁ ମେଣ୍ଟରେ ସାମିଲ ହେବାର ନାହିଁ। ଲୋକମାନେ ଶିବସେନା ଓ ବିଜେପିକୁ ସରକାର ଗଠନ କରିବାକୁ ଜନାଦେଶ ଦେଇଥିଲେ। ନିର୍ବାଚନ ବେଳେ ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବୁଝାମଣା ହୋଇ ନଥିଲା। ଏନସିପିର କିଛି ବିଧାୟକ ଆମକୁ ଆସିଥିଲେ ବୋଲି ଆମେ ସରକାର ଗଠନ କରିଥିଲୁ ବୋଲି ଦେବେନ୍ଦ୍ର କହିଛନ୍ତି।

ହେଲେ ଏବେ ଆଉ ଆମେ ଘୋଡ଼ା ବେପାର କରିବାର ଅପବାଦକୁ ସହ୍ୟ କରିବୁ ନାହିଁ। ତେଣୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଏବେ ୩ ଦଳ ମିଶି ସରକାର ଗଠନ କରିବେ। ହେଲେ ସେମାନେ କେତେ ଦିନ ସରକାରରେ ରହି କାର୍ଯ୍ୟ କରୁଛନ୍ତି, ତାହା ଦେଖିବାର ରହିଛି। ଆଜି ଅଜିତ ପାୱାର ମୋ ସହ ସାକ୍ଷାତ କରିଥିଲେ। ସେ ଆଉ ନିଜ ପଦରେ ରହି କାର୍ଯ୍ୟ କରିବେ ନାହିଁ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରୁ ମୁଁ ସିଧା ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେବି। ”

ସୂଚନାଯୋଗ୍ୟ, ଫଡ଼ନାଭିସ୍‌ ବିଦ୍ରୋହୀ ଏନସିପି ନେତା ଅଜିତ ପାୱାରଙ୍କୁ ଧରି ଶନିବାର ଭୋର ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ବିରୋଧରେ ଓ ତୁରନ୍ତ ଆସ୍ଥା ଭୋଟ ଦାବିରେ ଶିବସେନା-ଏନସିପି ଓ କଂଗ୍ରେସ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ରବିବାର ଓ ସୋମବାର ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଆଜି ସକାଳ ୧୦.୩୦ରେ କୋର୍ଟ ନଂ୨ରେ ଜଷ୍ଟିସ୍‌ ରମନ୍ନା ରାୟ ଶୁଣାଇ ଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ। ଆସ୍ଥା ଭୋଟ ସମୟରେ କୌଣସି ପ୍ରକାରର ସିକ୍ରେଟ ବାଲାଟର ବ୍ୟବହାର ହୋଇ ପାରିବ ନାହିଁ। ଫ୍ଲୋର ଟେଷ୍ଟ ସମୟର ପୂରା ଦୃଶ୍ୟ ସିଧାପ୍ରସାରଣ କରାଯିବ। ସେହିପରି ଆସନ୍ତାକାଲି ପ୍ରଥମେ ପ୍ରୋ ଟେମ ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେବେ। ଏହାପରେ ସେ ହିଁ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.