ଦଳିତ ଯୁବତୀଙ୍କ ଦୁଷ୍କର୍ମ ପ୍ରସଙ୍ଗରେ ହୋହଲ୍ଲା: ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ଭୁବନେଶ୍ବର: ବିଧାନସଭାରେ ବିଜେପି ସଦସ୍ୟଙ୍କ ହୋହଲ୍ଲା ପାଇଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେବେ ଆଜି ଗୃହରେ ବାଚସ୍ପତି କହିବାକୁ ସୁଯୋଗ ଦେଉ ନଥିବା ବିରୋଧୀ ବିଜେପି ଅଭିଯୋଗ କରିଛି। ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବାରୁ ସେମାନେ ଗୃହରେ ହୋହଲ୍ଲା, ନାରାବାଜି କରିଥିଲେ। ଏହି ହଟ୍ଟଗୋଳ ଓ ହଙ୍ଗାମା ପରେ ଆସନ୍ତାକାଲି ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି।
ଆଜି ଗୃହରେ ପୁଣି ଉଠିଥିଲା ନାଉଗାଁ ପ୍ରସଙ୍ଗ। ଦଳିତ ଯୁବତୀଙ୍କ ଦୁଷ୍କର୍ମ ଓ ଆତ୍ମହତ୍ୟା ପ୍ରସଙ୍ଗରେ କାଲି ବିରୋଧୀ ସରକାରଙ୍କୁ ଘେରିଥିଲେ। ବାଚସ୍ପତି ଉକ୍ତ ପ୍ରସଙ୍ଗରେ ଉତ୍ତର ରଖିବାକୁ ରୁଲିଂ ଦେଇଥିଲେ ଆଉ ଆଜି ନାଉଗାଁ ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତକୁ ଗିରଫ କରିବା ସହ ଅଶ୍ଳୀଳ ଫଟୋ ମଧ୍ୟ ଜବତ କରାଯାଇଛି। ତେବେ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଏବେ ବି ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରୀ ବିବୃତି ରଖିଛନ୍ତି। ତା’ସହ ପୀଡିତାଙ୍କ ପରିବାରକୁ ଲକ୍ଷେ ଟଙ୍କାର କ୍ଷତିପୂରଣ ଦିଆଯାଇଥିବା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ।
Comments are closed.