Odisha Link
Bridging the Missing Links in Odisha

ଆଶୀର୍ବାଦଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ଜାମିନ। ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ। ଦେଢ଼ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ପାସ୍‌ପୋର୍ଟ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବା ଓ ତଦନ୍ତ ପ୍ରଭାବିତ ନକରିବାକୁ ସର୍ତ୍ତ ଦିଆ ଯାଇଛି। ଏଟି ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିଲେ ଆଶୀର୍ବାଦ। ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା ସିବିଆଇ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୯ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଥିଲା । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିଲା । ଉଭୟଙ୍କୁ ସିବିଆଇ ପକ୍ଷରୁ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିଲା ।
ସିବିଆଇ ପୂର୍ବରୁ ଆଶୀର୍ବାଦ ବେହେରାଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଜେରା କରିଥିଲା । ଠିକ୍ ସେହିପରି କମଳାକାନ୍ତ ବି ଆଗରୁ ଜେରାର ସମ୍ମୁଖୀନ ହୋଇଥିଲେ।

ସ୍ବତନ୍ତ୍ର ସିବିଆଇ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ। ଠିକ୍ ସେହିପରି, କମଳାକାନ୍ତ ଦାସ ମଧ୍ୟ କୋର୍ଟରେ ଜାମିନ ଆବେଦନ କରିଥିଲେ। ଉଭୟେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିବା କୁହାଯାଇଥିଲା। ପରେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।

Comments are closed.