ମହାରାଷ୍ଟ୍ର: ଅସ୍ଥାୟୀ ବାଚସ୍ପତି ଦୌଡରେ କିଏ?, ଜାଣନ୍ତୁ

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ରାଜନୀତି ପାଇଁ ନିର୍ଣ୍ଣାୟକ ଦିନ ହେବାକୁ ଯାଉଛି। କାରଣ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଦେବେନ୍ଦ୍ର ଫଡ଼ନାଭିସ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ପ୍ରୋ ଟେମ ବାଚସ୍ପତି ନିଯୁକ୍ତ କରିବାକୁ କହିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଅସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତ କରିବେ। ସେ ହିଁ ନବନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହାପରେ ଆସ୍ଥା ଭୋଟ ହେବ। ତେବେ ଆଜି ରାଜ୍ୟପାଳଙ୍କୁ ୬ ଜଣ ବରିଷ୍ଠ ବିଧାୟକଙ୍କ ନାଁ ପଠା ଯାଇଛି।
ସେମାନେ ହେଲେ ବାଲାସାହେବ ଥୋରାଟ(କଂଗ୍ରେସ), କାଳିଦାସ କଲମାକର(ବିଜେପି), କେସି ପଦାଭି(କଂଗ୍ରେସ), ହିତେନ୍ଦ୍ର ଠାକରୁ(ବହୁଜନ ବିକାଶ ଅଘାଡ଼ି), ଦିଲୀପ ଭାଲସେ ପାଟିଲ(ଏନସିପି ଓ ପୂର୍ବତନ ବାଚସ୍ପତି) ଓ ଭାବନ ପାଚପୁଟେ(ବିଜେପି)। ଏହି ୬ ଜଣଙ୍କ ମଧ୍ୟରୁ ରାଜ୍ୟପାଳ ଜଣଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେବେ ବୋଲି ଜଣାପଡ଼ିଛି।
Comments are closed.