ସମ୍ବିଧାନକୁ ୭୦ ବର୍ଷ: ମୋଦିଙ୍କ ଭାଷଣକୁ ବିରୋଧୀଙ୍କ ବର୍ଜନ, ସୋନିଆ ପଢ଼ିଲେ..(ଦେଖନ୍ତୁ ଭିଡିଓ)

ନୂଆଦିଲ୍ଲୀ: ଆଜି ଭାରତୀୟ ସମ୍ବିଧାନକୁ ପୁରିଛି ୭୦ ବର୍ଷ। ଏହି ଅବସରରେ ସଂସଦର ଯୁଗ୍ମ ଅଧିବେଶନ ବସିଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ତେବେ ଯୁଗ୍ମ ଅଧିବେଶନରେ ମୋଦିଙ୍କ ଉଦବୋଧନକୁ ବିରୋଧୀ କଂଗ୍ରେସ, ଏନସିପି ଓ ଶିବସେନା ସମେତ ଏକାଧିକ ଦଳ ବୟକଟ କରିଛନ୍ତି।
ବିରୋଧୀମାନେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ସଂସଦ ପରିସରରେ ଥିବା ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ କରିଛନ୍ତି। ଏଠାରେ ସୋନିଆ ଗାନ୍ଧି ଭାରତୀୟ ସମ୍ବିଧାନରେ ଥିବା ପ୍ରସ୍ତାବିତ ବ୍ୟବସ୍ଥାକୁ ପଢ଼ିଥିଲେ। ଏହି ସମୟରେ ରାହୁଲ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ।
Congress President Smt. Sonia Gandhi reads out the Preamble of the Constitution of India outside Parliament on #ConstitutionDay pic.twitter.com/gvCGmNgNMk
— Congress (@INCIndia) November 26, 2019
ମହାରାଷ୍ଟ୍ରରେ ବିଜେପି ଗଣତନ୍ତ୍ରର ହତ୍ୟା କରି ସରକାର ଗଠନ କରିବା ଓ ସମ୍ବିଧାନକୁ କ୍ଷତି ପହଞ୍ଚାଉଥିବାରୁ ବିରୋଧୀ ଦଳଗୁଡ଼ିକ ଆଜି ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମ୍ବିଧାନର ସୁରକ୍ଷା ପାଇଁ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭ କରିଥିବା କହିଛନ୍ତି।
Comments are closed.