Odisha Link
Bridging the Missing Links in Odisha

ସବୁ ଲୁଟି ନେବେ

ଭୁବନେଶ୍ବର: ଆଜି ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଧାନସଭାରେ ତାତି। କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ପ୍ରତାପ ଜେନା କହିଛନ୍ତି ଯେ, ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ । ଶେଷଥର ପାଇଁ ୧୯୮୫ ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା ବୋଲି କହିଛନ୍ତି ପ୍ରତାପ। ଏଥିସହିତ ତନଖି ପାଇଁ ଏବେ ରତ୍ନଭଣ୍ଡାର ଖୋଲିବା ନେଇ କିଛି ପ୍ରସ୍ତାବ ନାହିଁ । ରତ୍ନଭଣ୍ଡାର ଅଡିଟ ସହ ତାଲିକା ସାର୍ବଜନୀନ ପଦକ୍ଷେପ ନିଆଯାଇନି ବୋଲି କହିଛନ୍ତି ପ୍ରତାପ ଜେନା।

ଅନ୍ୟପଟେ ମନ୍ତ୍ରୀଙ୍କ ଉତ୍ତର ପରେ ଗୃହ ବାହାରେ ସୁରେଶ ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନ୍ତ୍ରୀଙ୍କ ଉତ୍ତରରେ ମୁଁ ଆଦୌ ସନ୍ତୁଷ୍ଟ ନୁହେଁ। ଏଥିସହିତ ସେ କହିଛନ୍ତି ଯେ, ଏମାର ମଠ ରୂପା ଇଟା କୁଆଡେ ଗଲା। ନା ତାକୁ ଖାଇଦେଲେ। ଯଦି ଗୋଟିଏ ମଠର ଏତେ ସମ୍ପତ୍ତି ତେବେ ଜଗନ୍ନାଥଙ୍କ ସମ୍ପତ୍ତି କେତେ ହୋଇଥିବ ବୋଲି ପ୍ରଶ୍ନ କରିଛନ୍ତି ସୁର।

ଲୋକଙ୍କ ଆଗରେ ଖୋଲିଦିଅ। ଦେଖାଇ ଦିଅ କେତେ ସମ୍ପତ୍ତି ଅଛି। ନ ଦେଖାଇଲେ ଏ ବାବୁମାନେ ପୁରା ରତ୍ନଭଣ୍ଡାର ଲୁଟି ଖାଇଦେବେ ବୋଲି କହିଛନ୍ତି ସୁର ରାଉତରାୟ। ଏସବୁ ଘୋର ଅନ୍ୟାୟ, ପ୍ରତିବାଦର ସ୍ବର ଉଠେଇବୁ। ଏପରି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

Comments are closed.