ବିଜେପିର ଦମ୍ଭୋକ୍ତି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବୁ
ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ରରେ ହେବ ଫ୍ଲୋର ଟେଷ୍ଟ। ବିଜେପି ନେତୃତ୍ୱାଧୀନ ଦେବେନ୍ଦ୍ର ଫଡ଼ନାଭିସ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଆଜି ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମହାରାଷ୍ଟ୍ରର ସଂଖ୍ୟା ଖେଳ ଉପରେ ସମସ୍ତଙ୍କ ନଜର ରହିଛି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।
ଏତେ ପରେ ବି ବିଜେପି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ବୋଲି ଦମ୍ଭୋକ୍ତି କରିଛି। ବିଜେପି ନେତା ରାଓ ସାହେବ ଡାନଭେ କହିଛନ୍ତି, “ଆମେ ଆମର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବୁ। ଆଜି ରାତି ୯ଟାରେ ସମସ୍ତ ବିଜେପି ବିଧାୟକ ଘରୱାରେ କ୍ଲବରେ ଏକାଠି ହେବେ। ସରକାର ଗଠନ ପାଇଁ ଆମ ପାଖରେ ମ୍ୟାଜିକ ନମ୍ବର ରହିଛି। ଆସନ୍ତାକାଲି ଆସ୍ଥା ଭୋଟ ସମୟରେ ଏହା ସମସ୍ତେ ଦେଖିବେ।”
BJP leader Rao Saheb Danve: We will prove our majority. Tonight at 9 pm, all BJP MLAs will meet at Garware Club in Mumbai. #Maharashtra pic.twitter.com/hjKxrkRXDY
— ANI (@ANI) November 26, 2019
ବିଜେପି ନିଜ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛି। ଗତକାଲି ଶିବସେନା-ଏନସିପି ଓ କଂଗ୍ରେସ ୧୬୨ ବିଧାୟକଙ୍କ ସମର୍ଥନ ହାସଲ କରି ଶକ୍ତିପ୍ରଦର୍ଶନ କରିଥିଲେ। ଏଭଳି ସ୍ଥିତିରେ ବିଜେପି ୧୭୦ ବିଧାୟକଙ୍କ ସମର୍ଥନ କେଉଁଠୁ ପାଇବ, ତା’ ଉପରେ ସମସ୍ତଙ୍କ ନଜର।
ସୁପ୍ରିମକୋର୍ଟଙ୍କ ତୁରନ୍ତ ଆସ୍ଥା ଭୋଟ ନିର୍ଦ୍ଦେଶ ମିଳିବା ପରେ ଶିବସେନା, କଂଗ୍ରେସ ଓ ଏନସିପି ବିଜୟ ଉତ୍ସବ ପାଳନ କରିଛନ୍ତି। କାରଣ ବିଜେପି ଗୃହରେ ଆଦୌ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ପାରିବ ନାହିଁ ବୋଲି ସେମାନେ ଆଶା କରିଛନ୍ତି।
Comments are closed.