ମଦୁଆ ଗାଡ଼ି ଚାଳକ ହୁସିଆର୍

ଭୁବନେଶ୍ବର: ଡିସେମ୍ବର ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ। ଆଉ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ମିଳିବନି ନିସ୍ତାର, ପୋଲିସ୍ ଡିଜିପି କହିଲେ, ଟାର୍ଗେଟରେ ରହିବେ ମଦୁଆ ଚାଳକ। ମଦ ପିଇ ଗାଡି ଚଲାଇ ଧରାପଡିଲେ ଛାଡିବନି ପୋଲିସ୍।
ଅନ୍ୟପଟେ ନୂଆ ଟ୍ରାଫିକ୍ ନିୟମକୁ ନେଇ ରାଜ୍ୟ ସରକାର କୋହଳ କରିଥିବା ତିନି ମାସ କଣ୍ଟ ପୂରିବାକୁ ଯାଉଛି। ଡିସେମ୍ବର ୧ ତାରିଖରୁ ପୁଣି ଗାଡ଼ି ଚାଳକଙ୍କ ଉପରେ ଚଡ଼କ ପଡ଼ିବ। ଯେଉଁମାନେ କାଗଜ ପତ୍ର ଠିକ୍ କିମ୍ବା ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ନୂଆ ମୋଟର ଯାନ ଆଇନ ଅନୁସାରେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ତେଣୁ ଡେଲାଇନ୍ ସରିବା ପୂର୍ବରୁ ନିଜ ନିଜର ଗାଡ଼ିର କାଗଜପତ୍ର ଅପଡେଟ୍ ରଖିବାକୁ ସ୍ଥାନୀୟ ଆରଟିଓ ଅଫିସରେ ଭିଡ଼ ଜମାଉଛନ୍ତି।
Comments are closed.