ଜମ୍ମୁ କଶ୍ମୀରର ଭ୍ରଷ୍ଟ ନେତାଙ୍କ ବିଷୟରେ ଏମିତି କହିଲେ ସତ୍ୟପାଲ ମଲ୍ଲିକ
ଗୋଆ: ଜମ୍ମୁ କଶ୍ମୀରକୁ ନେଇ ମୁହଁ ଖୋଲିଛନ୍ତି ଗୋଆର ରାଜ୍ୟପାଳ ତଥା ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ସେ ଜମ୍ମୁ କଶ୍ମୀରର ଦୁର୍ନୀତିଖୋର ନେତାଙ୍କ ବିରୋଧରେ ବର୍ଷିଛନ୍ତି।ଆଗାମୀ ଦିନରେ ସମସ୍ତ ଦୁର୍ନୀତି ଖୋର ନେତା ଜେଲ୍ ଯିବେ ବୋଲି ସେ କହିଛନ୍ତି।
Satya Pal Malik, Governor of Goa: I have seen so much abuse of democracy. But it's cure is also available in democracy. Investigations are underway against them, some of them will go to prison. 2/2 (26.11) https://t.co/KOuVdc3keK
— ANI (@ANI) November 27, 2019
ଏଥିସହିତ ସେ କହଇଛନ୍ତି ଯେ, ଦୁଇ ପିଢ଼ି ତଳେ ଯେଉଁ ନେତାଙ୍କ ବାପା ମାନେ ଶିକ୍ଷକ ଥିଲେ। ଆଜି ସେମାନଙ୍କର ସମ୍ପତ୍ତି ଶ୍ରୀନଗର, ଦିଲ୍ଲୀ, ଦୁବାଇ, ଲଣ୍ଡନ ଓ ଫ୍ରାନ୍ସ ଭଳି ସ୍ଥାନରେ ରହିଛି। ଗଣତନ୍ତ୍ରରେ ଅନେକ ଅପବ୍ୟବହାର ହୋଇଛି। କିନ୍ତୁ ଏହି ଅପବ୍ୟବହାର ସମାଧାନ ଗଣତନ୍ତ୍ରରେ ହିଁ ରହିଛି। ଯେଉଁ ନେତାମାନେ ଏହି ଅପବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ ଚାଲିଛି। ଆଗାମୀ ଦିନରେ ସେଥିମଧ୍ୟରୁ କିଛି ଜେଲ୍ ଯିବେ ବୋଲି ସତ୍ୟପାଲ ମଲ୍ଲିକ କହିଛନ୍ତି।
Comments are closed.