Odisha Link
Bridging the Missing Links in Odisha

କୃଷି, ଋଣ ଚାଷୀ ଆତ୍ମହତ୍ୟା କାରଣ ନୁହେଁ

ଭୁବନେଶ୍ୱର: ରାଜ୍ୟ ଚାଷୀ ଆତ୍ମହତ୍ୟା ଚାଷ କ୍ଷତି ବା ଋଣ ଜନିତ ନୁହେଁ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଉତ୍ତରଦେଇ ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଚାଷୀ ଆତ୍ମହତ୍ୟା କୃଷି ଓ ଋଣ ଜନିତ ନୁହେଁ। ଆତ୍ମହତ୍ୟା ପାରିବାରିକ କିମ୍ବା ଅନ୍ୟ କାରଣ ପାଇଁ ହୋଇଥାଇପାରେ। ଜିଲ୍ଲାପାଳ ଓ ଏସପିଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଚାଷ କ୍ଷତି ଓ ଋଣ କାରଣ ଯୋଗୁଁ ଚାଷୀ ଆତ୍ମହତ୍ୟା ହେଉନାହିଁ।

Comments are closed.