ବାଚସ୍ପତିଙ୍କ ସହ ଅର୍ଥସେବାର ଶିକ୍ଷାନବିଶମାନଙ୍କ ସୌଜନ୍ୟସାକ୍ଷାତ

ଭୁବନେଶ୍ୱର : ଆଜି ଓଡ଼ିଶା ଅର୍ଥ ସେବାର ଶିକ୍ଷାନବିଶମାନେ ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସେମାନେ ବାଚସ୍ପତିଙ୍କ ଗ୍ୟାଲେରୀରୁ ଗୃହ ପରିଚାଳନା ସଂପର୍କରେ ମଧ୍ୟ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଛନ୍ତି ।
ବାଚସ୍ପତି ଡଃ. ପାତ୍ର ସେମାନଙ୍କୁ ଶୁଭକାମନା ଜଣାଇବା ସହ ନିଃସ୍ୱାର୍ଥ ପର ଭାବେ ଜନସେବାରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସୌଜନ୍ୟସାକ୍ଷାତବେଳେ ବିଧାନସଭାର ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।
Comments are closed.