ଟୋକନକୁ ନେଇ ଗୃହରେ ଉଦବେଗ
ଭୁବନେଶ୍ୱର: ଆଜି ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଶାସକ ଦଳର ୩ ଜଣ ବିଧାୟକ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହି ଅବସରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବାକୁ ଦାବି କରିଛନ୍ତି। ସ୍ୱଚ୍ଛତା ପାଇଁ ଚାଷୀଙ୍କୁ ଅସୁବିଧାରେ ପକାନଯାଉ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ସେହିପରି ଚାଷୀ ଦୁଃଖ ଓ ଉଦବେଗରେ ଅଛନ୍ତି ବୋଲି ବିଧାୟକ ରୋହିତ ପୂଜାରୀ କହିଛନ୍ତି। କେବେ ଧାନ ଉଠିବ ସେ ସମ୍ପର୍କରେ ଚାଷୀ ଜାଣିପାରୁନଥିବା ଶ୍ରୀ ପୂଜାରୀ କହିଛନ୍ତି। ଅନ୍ୟପକ୍ଷରେ ବିଧାୟକ ବିଜୟ ରଞ୍ଜନ ସିଂବରିହା ବିଧାନସଭାରେ ଅଖା ବସ୍ତା, ଧାନିକିଣା ପ୍ରସଙ୍ଗ ଉଠାଇଛନ୍ତି।
Comments are closed.