ଆସନ୍ତାକାଲି ଉଦ୍ଧବଙ୍କ ହେବ ଅଭିଷେକ, ଶିବାଜୀ ପାର୍କରେ ଶପଥ ନେବେ ନୂଆ ସରକାର

ମହାରାଷ୍ଟ୍ର: ‘ମହା ବିକାଶ ଅଘାଡ଼ି’ ନାରା ଦେଇ ମହାମେଣ୍ଟ କରି ସରକାର ଗଢ଼ିବାକୁ ତିନି ଦଳର ନିଷ୍ପତି। ମହାମେଣ୍ଟର ମଙ୍ଗ ଧରିବେ ଶିବସେନା ମୁଖ୍ୟ ବା ମେଣ୍ଟ ଦଳର ନିର୍ବାଚିତ ନେତା ଉଦ୍ଧବ ଠାକରେ। ଆଜି ଏହି ମେଂଟର ମୁଖ୍ୟ ଉଦ୍ଧବ ଠାକରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ସେହିପରି ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଆଗରୁ ସମସ୍ତ ବିଧାୟକଙ୍କୁ ନିଜେ ସ୍ୱାଗତ କରିଛନ୍ତି ସୁପ୍ରିୟା ସୁଲେ । ଏକାକି ସୁପ୍ରିୟାଙ୍କୁ ହିଁ ବିଧାୟକଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା।
ସେହପରି ମହାରାଷ୍ଟ୍ର ବିଧାନସଭାର ପ୍ରଥମ ଅଧିବେଶନରେ କାମଚଳା ବାଚସ୍ପତି ସମସ୍ତ ବିଧାୟକଙ୍କୁ କରାଉଛନ୍ତି ଶପଥ ପାଠ। ମହାରାଷ୍ଟ୍ରରେ ଆଜି ଏହିପରି ତିନୋଟି ଚିତ୍ର ଦେଖିବାକୁ ମିଳିଛି। ତେବେ ଆସନ୍ତାକାଲି ସଂଧ୍ୟାରେ ହେବ ଶପଥ ଗ୍ରହଣ ଉତ୍ସବ। ମହାରାଷ୍ଟ୍ର ବିକାଶ ଆଗାଢି ମେଂଟର ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଉଦ୍ଧବ ଠାକରେ। ଏହା ଆଗରୁ ସୌଜନ୍ୟମୂଳକ ଭାବେ ଉଦ୍ଧବ ଠାକରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇଛନ୍ତି। ଆଜି ରାଜଭବନରେ ଉଦ୍ଧବ ଠାକରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିବା ବେଳେ ସାଥୀରେ ତାଙ୍କର ପତ୍ନୀ ମଧ୍ୟ ଥିଲେ।
ଆସନ୍ତାକାଲି ଶିବାଜୀ ପାର୍କରେ ଉଦ୍ଧବ ଠାକରେ ସଂଧ୍ୟା ପ୍ରାୟ ୬ଟା ୪୦ ମିନିଟରେ ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ହେବାରେ ଉଦ୍ଧବ ହେବେ ଠାକରେ ପରିବାରର ପ୍ରଥମ ସଦସ୍ୟ। କଂଗ୍ରେସ, ଶିବସେନା ଏବଂ ଏନ୍ସିପିକୁ ନେଇ ମିଳିତ ବୈଠକରେ ଗତକାଲି ଉଦ୍ଧବଙ୍କୁ ନେତା ନିର୍ବାଚିତ କରାଯାଇଥିଲା। ଶିବସେନା-ଏନସିପି ଓ କଂଗ୍ରେସ ମେଂଟକୁ ମହାରାଷ୍ଟ୍ର ବିକାଶ ଅଘାରି ନାମ କରଣ କରାଯାଇଛି। ଏହି ମେଂଟ ଆଗାମୀ ୫ ବର୍ଷ ପାଇଁ ଶାସନ କରିବ ବୋଲି ଦାବି କରିଛି ଶିବସେନା ।
Comments are closed.