ଆରଟିଓରେ ୯ଲକ୍ଷ ଆବେଦନକାରୀ
ଭୁବନେଶ୍ୱର: ଆଉ ମାତ୍ର ଦୁଇ ଦିନ ପରେ ରାଜ୍ୟରେ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ। ଏଥିପାଇଁ ସାରା ରାଜ୍ୟରେ ଥିବା ଆରଟିଓ ଅଫିସରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟର ଏପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇଁ ମୋଟ ୮ଲକ୍ଷ ୮୯ ହଜାର ଜଣ ଆବେଦନ କରିଥିବା ବିଧାନସଭାର ପ୍ରଶ୍ନକାଳରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
ତାଙ୍କ ସୂଚାନୁଯାୟୀ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୨୪ ଯାଏ ୮,୮୯,୦୯୩ଜଣ ଆବେଦନ କରିଥିଲେ। ଆବେଦନକାରୀଙ୍କ ମଧ୍ୟରୁ ୫,୨୫,୯୮୬ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିଛି। ଡିଏଲ ପାଇଁ ୧,୪୪,୬୭୫ ଜଣ ଆବେଦନ କରିଥିବାବେଳେ ୯୫, ୨୬୬ଜଣଙ୍କୁ ମିଳିଛି।
ଭୁବନେଶ୍ୱର ଆରଟିଓ-୧ରେ ୬୩,୦୨୭ ଲର୍ଣ୍ଣି ପାଇଁ ଆବେଦନ କରିଥିବାବେଳେ ୪୫, ୩୫୧ ଜଣ ପାଇଛନ୍ତି। ଆରଟିଓ-୧ରେ ଡିଏଲ ପାଇଁ ୧୨,୫୪୫ ଜଣ ଆବେଦନ କରିଥିବାବେଳେ ୮୧୦୨ଜଣ ପାଇଛନ୍ତି।
ସେହିପରି ଭୁବନେଶ୍ୱର ଆରଟିଓ-୨ରେ ୩୧, ୬୩୭ଜଣ ଲର୍ଣ୍ଣିଂ ପାଇଁ ଆବେଦନ କରିଥିବାବେଳେ ୨୪,୯୮୭ଜଣ ପାଇଛନ୍ତି। ସେହିପରି ଆରଟିଓ-୨ରେ ଡିଏଲ ପାଇଁ ୭୧୦୯ ଜଣ ଆବେଦନ କରିଥିବାବେଳେ ୫୫୦୫ ଜଣ ପାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
Comments are closed.