Odisha Link
Bridging the Missing Links in Odisha

କାର୍ଯ୍ୟାନୁଷ୍ଠାନ ହେବ: ଏସସି କମିଶନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ତାଙ୍କ ଘର କାନ୍ଥରେ ଲାଗିବାରୁ ସେ ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କରିବା ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାତୀୟ ଏସସି କମିଶନ ସଦସ୍ୟ କହିଛନ୍ତି। ଆଜି ଏସସି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶୱାନ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।
ପରେ ସେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ନାଉଗାଁ ପୁଲିସର ଅବହେଳା ରହିଛି। ଏହି ଘଟଣାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯୁବତୀଙ୍କ ପରିବାରକୁ ପ୍ରଶାସନର ୪ ଡିସିମିଲ ଜମି ପ୍ରଦାନ ନିଷ୍ପତ୍ତି ପ୍ରସଙ୍ଗରେ ସେ କହିଛନ୍ତି ଯେ, ପ୍ରଶାସନର ନିଷ୍ପତ୍ତି ସତ୍ତ୍ୱେ ଆରଆଇ କାର୍ଯ୍ୟରେ ଅବହେଳା କରିଛନ୍ତି। ସମ୍ପୃକ୍ତ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରାଯିବ ବୋଲି ଜାତୀୟ ଏସସି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶୱାନ କହିଛନ୍ତି।

Comments are closed.