ଆଜି ବି ଗଞ୍ଜାମରେ ଗଡୁନି ବସ୍

ବ୍ରହ୍ମପୁର: ଜିଦ୍ ରେ ଅଟଳ ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ। ଆଜି ତୃତୀୟ ଦିନରେ ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ବ୍ରହ୍ମପୁର ସିଟି ବସଷ୍ଟାଣ୍ଡକୁ ହଳଦିଆ ପଦର ସ୍ଥାନାନ୍ତର ପ୍ରତିବାଦରେ ତାତିଛି ସଂଘ।
ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବସ୍ ମାଲିକ ସଂଘ ରୋକ୍ ଠୋକ୍ କହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାସ୍ତାରେ ସରକାରୀ ବସ୍ ଓ ସିଟି ବସ୍ ପ୍ରଚଳନର ବ୍ୟବସ୍ଥା ହୋଇଛି।
Comments are closed.