Odisha Link
Bridging the Missing Links in Odisha

୩ଦିନିଆ ସମ୍ବଲପୁର ବନ୍ଦ

ସମ୍ବଲପୁର : ଜୋର ଧରିଲା ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୩ଦିନିଆ ସମ୍ବଲପୁର ବନ୍ଦ ରହିବ । ଏହି ଆନ୍ଦୋଳନରେ ସାଧାରଣ ଲୋକମାନେ ମଧ୍ୟ ଯୋଗଦେଇଛନ୍ତି । କଚେରୀ ଛକରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ଧାରଣା ଦେଇଛନ୍ତି ।

ସମ୍ବଲପୁର ସ୍ଥିତ ସମସ୍ତ ସରକାରୀ, ବେସରକାରୀ ଅଫିସ୍ ସହ ବ୍ୟାଙ୍କ ଓ କୋର୍ଟ କଚେରୀ ବନ୍ଦ ରହିବ ।  ବିଚାରପତି ମାନେ କୋର୍ଟକୁ ଯାଇ ନ ପରି କଚେରୀ ଛକରୁ ଫେରିଯାଇଥିଲେ । ଏହି ଆନ୍ଦୋଳନ ଯୋଗୁଁ ଏହାର ପ୍ରଭାବ ରେଢ଼ାଖୋଲରେ ମଧ୍ୟ ପଡ଼ିଛି ।

Comments are closed.