Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ସହ ଥିବା ୨ ମହିଳା କିଏ: ପ୍ରଦୀପ୍ତ

ଭୁବନେଶ୍ୱର: ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ ବିଧାନସଭାରେ ଉଠିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଛନ୍ତି। ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିବା ୨ ଜଣ ମହିଳା କିଏ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଥିଲେ। ସମ୍ପୃକ୍ତ ମହିଳାମାନେ ସରକାରୀ ଅର୍ଥରେ ଯାଇଥିଲେ କି ନାହିଁ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଥିଲେ। ଏନେଇ ତୁରନ୍ତ ବାଚସ୍ପତି ରୁଲିଂ ଦେବା ସହ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
ସୂଚନା ଅନୁସାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାମରେ ଆସିଛି ଏକ ସଂଗୀନ ଅଭିଯୋଗ। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ସତ୍ୟ ନାୟକ। ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ରୋଡ ସୋ’ ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସରକାରୀ ଅର୍ଥରେ ହାଇଦ୍ରାବାଦ ଯାଇଥିଲେ। ତେବେ ମନ୍ତ୍ରୀ ସାଥିରେ ୨ ଜଣ ମହିଳାଙ୍କୁ ନେଇଥିଲେ। ସମ୍ପୃକ୍ତ ୨ ଜଣ ମହିଳାଙ୍କ ବିମାନ ଓ ହୋଟେଲ ବାବଦକୁ ଖର୍ଚ୍ଚ ମନ୍ତ୍ରୀ ଶ୍ରୀ ସାହୁ ସରକାରୀ ଅର୍ଥରେ ଖର୍ଚ୍ଚ କରିଛନ୍ତି। ମନ୍ତ୍ରୀଙ୍କ ସହ ଯାଇଥିବା ସେହି ୨ ମହିଳା କିଏ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବନ୍ଧୁଙ୍କ ପାଇଁ କିଭଳି ସରକାରୀ ଅର୍ଥ ଖର୍ଚ୍ଚ କଲେ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି। ତେବେ ସତ୍ୟପ୍ରକାଶଙ୍କ ଏଭଳି ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଖଣ୍ଡନ କରିବା ସହ ଏହାକୁ ମିଛ ବୋଲି କହିଥିଲେ।

Comments are closed.