Odisha Link
Bridging the Missing Links in Odisha

ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ: ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଉଦ୍ଧବ ଠାକରେ। ଉଦ୍ଧବ ଠାକରେ ଦଳର ମୁଖପତ୍ର ଭାବେ ପରିଚିତ ଖବରକାଗଜ ସାମସନାରୁ ଆଜି ଇସ୍ତଫା ଦେଇଛନ୍ତି। ଆଜି ସେ ସାମନାର ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ସେ ସାମନାର ଏଡିଟର ଇନ୍‌ ଚିଫ୍‌ ବା ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଉଦ୍ଧବ ସାମନାର ମୁଖ୍ୟ ସମ୍ପାଦକ ଥିବା ବେଳେ ସଞ୍ଜୟ ରାଉତ ଏହାର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଥିଲେ।

ଏବେ ଉଦ୍ଧବ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେବାରୁ ସଞ୍ଜୟ ରାଉତଙ୍କୁ ଏହି ପଦ ମିଳିବାର ସମ୍ଭାବନା ରହିଛି। ଠାକରେ ପରିବାର ମାଲିକାନାରେ ସାମନା ରହିଛି। ମହାରାଷ୍ଟ୍ରରେ ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କଂଗ୍ରେସ-ଏନସିପି ଓ ଶିବସେନା ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଯାଉଛନ୍ତି। ସନ୍ଧ୍ୟା ୬.୪୦ରେ ଛତ୍ରପତି ଶିବାଜୀ ପାର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Comments are closed.