ଏଣିକି ୧୦ ଟଙ୍କାରେ ଖାଦ୍ୟ ଯୋଗାଇବେ ଠାକରେ ସରକାର
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ଏହି ଅବସରରେ ନୂଆ ମେଣ୍ଟ ସରକାର ନେବାକୁ ଥିବା ପଦକ୍ଷେପ ବାବଦରେ ଘୋଷଣା କରାଯାଇଛି। ଏହି ଅବସରରେ ବିଭିନ୍ନ ପଦକ୍ଷେପ ମଧ୍ୟରେ କୁହାଯାଇଛି ମହାରାଷ୍ଟ୍ରର ସାଧାରଣ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଶସ୍ତା ଓ ସୁସ୍ୱାଦୁ ଖାଦ୍ୟ ଯୋଗାଇଦିଆଯିବ। ତେବେ ୧୦ ଟଙ୍କାରେ କ’ଣ ସବୁ ମେନୁ ରହିବ ଏବଂ କ’ଣ ସବୁ ଆଇଟମ୍ ଯୋଗାଇଦିଆଯିବ ତାହା ସ୍ପଷ୍ଟ ହୋଇନି।
ନିର୍ବାଚନ ପୂର୍ବରୁ ମଧ୍ୟ ଶିବସେନା ୧୦ ଟଙ୍କାରେ ଭୋଜନ ବାବଦରେ ଘୋଷଣା କରିଥିଲା। ଅନ୍ୟପକ୍ଷରେ ବିଜେପି ମଧ୍ୟ ୫ ଟଙ୍କିଆ ଭୋଜନ ବାବଦରେ ଘୋଷଣା କରିବା ଚର୍ଚ୍ଚା ଜୋର ଧରିଥିଲା। ତେବେ ପୂର୍ବରୁ ବିଜେପି ସରକାର ମେଟ୍ରୋ କର୍ମଚାରୀଙ୍କୁ ବର୍ତ୍ତମାନ ଅଟଳ ଆହାର ଯୋଜନା ଅଧୀନରେ ଭୋଜନ ଯୋଗାଇଦେଉଥିଲେ। ଏଥିରେ ଭାତ, ଡାଲି, ତରକାରୀ ଏବଂ ସାଲାଡ୍ ରହିଛି।
Comments are closed.