Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ: କଂଗ୍ରେସ ରାସ୍ତା ଅଟକାଉଥିଲା, ଏବେ……

ରାଞ୍ଚି: ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ ଜୋରଦାର ପ୍ରଚାର କରିବାରେ ଲାଗିଛି ବିଜେପି। ଏହି ଅବସରରେ ଗୃହ ମନ୍ତ୍ରୀ ଅମିତ୍‌ ଶାହ ନିର୍ବାଚନ ପ୍ରଚାରରେ ଯୋଗ ଦେଇଛନ୍ତି। ସେ ଝାଡ଼ଖଣ୍ଡର ଚତରା ଅଞ୍ଚଳରେ ଆୟୋାଜିତ ସଭାରେ ଯୋଗ ଦେଇ ପ୍ରଥମେ ଭଗବାନ ବିର୍ସା ମୁଣ୍ଡାଙ୍କୁ ମନେ ପକାଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଯେବେବି ଏହି ସ୍ଥାନକୁ ଆସେ ମୋ ମନରେ ପ୍ରଥମେ ଭଗବାନ ବିର୍ସା ମୁ‌ଣ୍ଡା ଆସନ୍ତି। ଏଥିସହିତ ମୁଁ ସମସ୍ତ ଆଦିବାସୀଙ୍କୁ ପ୍ରଣାମ ଜଣାଉଛି। ଯେଉଁମାନେ ଦେଶର ସ୍ବାଧୀନତା ସଂଗ୍ରାମରେ ନିଜର ଜୀବନକୁ ବାଜି ଲଗାଇଛନ୍ତି।

ସଭାରେ ଉଦବୋଧନେ ଦେଇ ଶ୍ରୀ ଶାହ କହିଛନ୍ତି ଯେ, କେଉଁ ବର୍ଷରୁ ଦେଶର ଜନତା ଚାହୁଁଥିଲେ କି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେଉ ବୋଲି। ଜେତେବେଳେ ଜନତା ଚାହୁଁଥିଲେ ମନ୍ଦିର ଏକ ପ୍ରଶ୍ନ ହୋଇ ରହିଥିଲା। କାହିଁକିନା କଂଗ୍ରେସ ସରକାର କୋର୍ଟରେ ଏହାର ଫଳାଫଳ ନଆସୁ ସେଥିପାଇଁ ରାସ୍ତା ଅବରୋଧ କରୁଥିଲା। କଂଗ୍ରେସର ଅନେକ ପ୍ରକାର ଚେଷ୍ଟା ମଧ୍ୟ ଫିକା ପଡ଼ିଗଲା। ସୁପ୍ରିମକୋର୍ଟ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସରକାର ଗଠନ ପାଇଁ ଅନୁମତି ଦେଇଛନ୍ତି।

ନିର୍ବାଚନ ପ୍ରଚାର ସମୟରେ ଏଭଳି କହିଛନ୍ତି ଗୃହ ମନ୍ତ୍ରୀ ଅମିତ୍‌ ଶାହ।

Comments are closed.