Odisha Link
Bridging the Missing Links in Odisha

ରାଜ୍ୟରେ ୪୧% କିଶୋରୀଙ୍କୁ ରକ୍ତହୀନତା

ଭୁବନେଶ୍ୱର: ରାଜ୍ୟରେ ଶିଶୁ/କିଶୋରୀଙ୍କ ସ୍ୱାସ୍ଥ୍ୟ ସମସ୍ୟାନେଇ ସର୍ଭେ କରିଥିବା କୋଆଲିସନ ଫୁଡ ଆଣ୍ଡ ନୁ୍ୟଟ୍ରିସନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ତଦନୁଯାୟୀ ଓଡ଼ିଶାର ୪୧.୫% କିଶୋରୀ ରକ୍ତହୀନତାର ଶିକାର ଥିବା ଜଣାଯାଇଛି। କିଶୋରୀଙ୍କ ଭଳି ରାଜ୍ୟର ୧୮.୩% କିଶୋରଙ୍କୁ ମଧ୍ୟ ରକ୍ତହୀନତା ଅଛି। ଏହାଛଡ଼ା ବୟସ ଅନୁସାରେ ୮% ପିଲାଙ୍କ ଉଚ୍ଚତା ଓ ଶାରୀରିକ ଅଭିବୃଦ୍ଧି କମ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।
ସେହିପରି ୩୮.୯% ପିଲାଙ୍କ ଉଚ୍ଚତା ଅଧିକ। କିନ୍ତୁ ଶାରୀରିକ ଅଭିବୃଦ୍ଧି ଯଥେଷ୍ଟ ନୁହେଁ। ୨୯.୨ % ପିଲାଙ୍ଗ ଓଜନ ବୟସ ତୁଳନାରେ ଯଥେଷ୍ଟ କମ ବୋଲି ଉକ୍ତ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି।

Comments are closed.