Odisha Link
Bridging the Missing Links in Odisha

୫ ଟ୍ରିଲିୟନ ପାଇଁ ସଂକଳ୍ପବଦ୍ଧ: ପ୍ରମୋଦ ମିଶ୍ର

ସମ୍ବଲପୁର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ବରିଷ୍ଠ ପ୍ରଶାସକ ପ୍ରମୋଦ ମିଶ୍ର ଆଜି ସମ୍ବଲପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ବିଶ୍ବବିଦ୍ୟାଳୟର ଉତ୍ସବରେ ଯୋଗ ଦେଇ ପ୍ରମୋଦ କହିଛନ୍ତି ଯେ, ଶିକ୍ଷକ ଶିକ୍ଷାନୁଷ୍ଠାନ ଓ ଦେଶର ଆର୍ଥିକ ସ୍ଥିତି ସର୍ବଦା ଶିକ୍ଷାନୁଷ୍ଠାନ ଶିକ୍ଷକଙ୍କ ଅବଦାନକୁ ରହିଛି। ଜଣେ ଛାତ୍ର କେବେବି ଭାବିବନି ସେ ତା ନିଜ ପାଇଁ ସଫଳ ହୋଇ ଯାଇଛି। ଜଣେ ସଫଳ ମଣିଷ ହେବାକୁ ହେଲେ ପ୍ରଥମେ ତା ବାପା ମା ଶିକ୍ଷକ ଶିକ୍ଷାନୁଷ୍ଠାନର ଭୂମିକା ଥାଏ। ୨୦୨୪ ସୁଦ୍ଧା ଦେଶର ଅର୍ଥନୀତି ୫ ଟ୍ରିଲିୟନକୁ ପହଞ୍ଚାଇବା ପାଇଁ ସଂକଳ୍ପବଦ୍ଧ। ୫ ଟ୍ରିଲିୟନ ଲକ୍ଷ ପୂରଣ ପାଇଁ ଆମେ ସମସ୍ତେ କାମ କରୁଛୁ ବୋଲି କହିଲେ ପ୍ରମୋଦ। ୨୦୧୪-୧୯ ମଧ୍ୟରେ ଦେଶର ଜିଡିପି ୭.୫%ରେ ପହଞ୍ଚିଥିଲା। ସ୍ବାଧିନତା ପରେ ୭.୫% ଜିଡିପି ଇତିହାସରେ ସର୍ବାଧିକ ରହିଛି।

Comments are closed.