କମିବ ମୋ ବସ୍ ଭଡା

ଭୁବନେଶ୍ବର: ଏହି ଶୀତଋତୁରେ ମୋ ବସ୍ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। କ୍ୟାପିଟାଲ ରିଜିନ୍ ଅରବାନ ଟ୍ରାନସପୋର୍ଟ ଆଗାମୀ ଦୁଇ ମାସ ପାଇଁ ଶୀତତାପ ନିୟନ୍ତ୍ରିର ବସଭଡାରେ ଅହେତୁକ ରିହାତି କରି ବସ୍ ଭଡାର ସୁବ୍ୟବସ୍ଥାକରଣ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଭଡାକୁ ୩୮ ପ୍ରତିଶତ କମାଯାଇଛି। ସାମିକ ପାସ୍ର ଦର ମଧ୍ୟ କମାଯାଇଛି। ଏହି ନୂତନ ଭଡା ଡିସେମ୍ବର ପହିଲାରୁ ଲାଗୁ କରାଯିବ।
ଏକ ସାମ୍ବାଦିକ ସମ୍ମିଳନୀରେ କୁଟ୍ର ମହାପ୍ରବନ୍ଧକ ଶ୍ରୀମତି ଦୀପ୍ତି ମହାପାତ୍ର ଜାଣାଇଛନ୍ତି ଯେ, ଶୀତତାପ ନିୟନ୍ତ୍ରିତ ବସରେ ପ୍ରଥମ ୨ କିମି ପାଇଁ ସର୍ବନିମ୍ନ ଭଡା ବା ମାନ ପାଇଁ ୮ ଟଙ୍କା ପରିବର୍ତ୍ତେ ୫ ଟଙ୍କା କରାଯାଇଛି। ସେହିପରି ଶୀତତାପ ନିୟନ୍ତ୍ରିତ ବସର ସର୍ବାଧିକ ଭଡା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି। ଶ୍ରୀମତି ମହାପାତ୍ର ଆହୁରି ମଧ୍ୟ ଜଣାଇଛନ୍ତି ଯେ, ବର୍ତ୍ତମାନ ଶୀତତାପ ନିୟନ୍ତ୍ରିତ ବସର ଭଡା ଅଣ ଶୀତତାପ ଶିୟନ୍ତ୍ରିତ ବସ ଭଡା ଠାରୁ ୬୦%ରୁ ୧୪୦% ଅଧିକ ରହିଥିବା ବେଳେ ବର୍ତ୍ତମାନ ଦରର ପରିବର୍ତ୍ତନ ପରେ ଏଡି ଭଡା ମାତ୍ର ୩୦% ଅଧିକ ରହିବ। ଏହି ଭଡା ରହାତି କରିବାର ଉଦ୍ଦେଶ୍ୟ ହେଉଛି ମୋ ବସ ଯାତ୍ରୀମାନଙ୍କୁ ଏକ ନିଆରା ଅନୁଭବ ପ୍ରଦାନ କରିବା ତଥା ଶୀତଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବା। ଏହି ନୂଆ ଦର ଡିସେମ୍ବର ପହିଲା ଠାରୁ ଜାନୁୟାରୀ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ।
Comments are closed.