Odisha Link
Bridging the Missing Links in Odisha

ହକି ଆଗ ପିଆଜ ପଛ: ବିଜେପି

ଭୁବନେଶ୍ବର: ନିର୍ଦ୍ଧାରିତ କାର୍ଯ୍ୟଦିବସ ପୂର୍ବରୁ ଶୀତକାଳୀନ ଅଧିବେଶନ ବନ୍ଦ ରଖିବା ପ୍ରସଙ୍ଗରେ ଆଜି ବିଜେପି ଏକ ପ୍ରେସ୍‌ମିଟ୍‌ କରିଛି। ଏହି ପ୍ରସ୍‌ମିଟ୍‌ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ବନ୍ଦ କରିବାକୁ ଅଗଣତାନ୍ତ୍ରିକ ଓ ରଜ୍ୟ ବିରୋଧୀ। ଏହା ସଂପୂର୍ଣ୍ଣ ରୂପେ ମନମାନୀ ଓ ସ୍ବେଚ୍ଛାଚାରିତା ବୋଲି କହିଛନ୍ତି ବିଜେପି ଦଳର ଉପନେତା ବିଷ୍ଣୁ ସେଠୀ। ନିର୍ଦ୍ଦିଷ୍ଟ ଦଳର ଚାପରେ ବାଚସ୍ପତି ଗୃହକୁ ବନ୍ଦ ରଖିଲେ। ସଂପୂର୍ଣ୍ଣ ସମ୍ବେଦନହୀନ ଓ ନିର୍ଲଜ ଭାବେ ଓଡ଼ିଶାରେ ସରକାର ଚାଲିଛି ବୋଲି କହିଛନ୍ତି ଶୀ ସେଠୀ। ରାଜ୍ୟ ସରକାର ହକିକୁ ଗରୁତ୍ବ ଦେଇଛନ୍ତି ହେଲେ ପିଆଜକୁ ନୁହେଁ।
ସୂଚନାଯୋଗ୍ୟ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭାର ଶୀତ ଅଧିବେସନ ଅଧାରୁ ସରିଯାଇଛି। ୧୩ ଦିନ ଚାଲିବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ ବିଜନେସ୍ ନଥିବାରୁ ବିଧାନସଭାକୁ ବନ୍ଦ କରାଯାଇଥିବା କୁହାଯାଉଛି। ଚଳିତ ମାସ ୧୩ ତାରିଖରୁ ଅଧିବେସନ ଆରମ୍ଭ ହୋଇଥିଲା। ବିଧାନସଭାର ମୋଟ ୧୩ଟି କାର୍ଯ୍ୟଦିବସରୁ ୧୨ଟି ସରକାରୀ କାର୍ଯ୍ୟଦିବସ ଥିଲା।

Comments are closed.