ଭଦ୍ରକଠାରେ ସ୍ଥାପନ ହେବ ନୂତନ ମେଡିକାଲ କଲେଜ୍
ଭୁବନେଶ୍ୱର :ସରକାର ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାରେ ବ୍ୟା ପକ ସୁଧାର ଆଣିଥିବାବେଳେ ୫‘ଟି’ ଯୋଜନାରେ ଏହା ଆହୁରି କ୍ରିୟାଶୀଳ ହୋଇ ପାରିଛି । ସରକାର ବର୍ତ୍ତମାନ ସୁଦ୍ଧା ୪ଟି ନୂତନ ମେଡିକାଲ କଲେଜ୍ ପ୍ରତିଷ୍ଠା କରିସାରିଥିବାବେଳେ ଆଜି ଭଦ୍ରକଠାରେ ପ୍ରସ୍ତାବିତ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯଇଛି ।
ପ୍ରସ୍ତାବିତ ମେଡିକାଲ୍ କଲେଜ୍ ପାଇଁ ଗ୍ରାଉଣ୍ଡ ଫ୍ଲୋର ସହ ଛଅ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ । ଏଥି ପାଇଁ ୨୫ ଏକର ସ୍ଥାନ ଚିହ୍ନଟ ହୋଇଥିବାବେଳେ ଆସନ୍ତା ୨୦୨୦ ଫେବୃଆରୀ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଫଳରେ ଭଦ୍ରକ ଜିଲ୍ଲା ଓ ଆଖ ପାଖ ଅଞ୍ଚଳରେ ରୋଗୀ ଉପକୃତ ହୋଇ ପାରିବେ ।
ଏହି ବୈଠକରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁଚରଣ ସେଠୀ, ବ୍ୟୋମକେଶ ରାୟ, ସଂଜୀବ କୁମାର ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଡିଏମ୍ଇଟି ପ୍ରଫେସର ସି.ବି.କେ. ମହାନ୍ତି, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡା. ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉ ପସ୍ଥିତ ଥିଲେ ।
Comments are closed.