Odisha Link
Bridging the Missing Links in Odisha

କଳଙ୍କ ଲାଗିବା ଡରରେ ବିଧାନସଭା ବନ୍ଦ: ସତ୍ୟ ନାୟକ

ଭୁବନେଶ୍ୱର: ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ତାଙ୍କୁ ସରକାରଙ୍କ ପକ୍ଷରୁ କ୍ଲିନ ଚିଟ ଦିଆଯିବା ଓ ନିର୍ଦ୍ଧାରିତ କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବେସନ ବନ୍ଦ ରଖିବାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଏହି ଦୁଇଟି ପ୍ରସଙ୍ଗକୁ ନେଇ ଏବେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ସତ୍ୟ ନାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ଓ ବିକ୍ରମ ଆରୁଖଙ୍କ ସ୍ପଷ୍ଟୀକରଣ ନେଇ ଶ୍ରୀ ନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ସେ କହିଛନ୍ତି ଯେ, ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇପାରିଲେ ନାହିଁ। ତାଙ୍କ ପାଇଁ ବିକ୍ରମ ଆରୁଖ ସ୍ପଷ୍ଟୀକରଣ ଦେଲେ। ମନ୍ତ୍ରୀଙ୍କ ଗସ୍ତ ପାଇଁ କେଉଁ ସଂସ୍ଥା କେଉଁ ଆକାଉଣ୍ଟରୁ ଟଙ୍କା ଦେଇଥିଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିବା ସହ ଏହାର ସ୍ପଷ୍ଟୀକରଣ ନଦେଲେ ଏଥିରେ ସାମିଲ ପ୍ରଶାସକଙ୍କ ପୋଲ ଖୋଲାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କଳଙ୍କ ଲାଗିବା ଭୟରେ ବିଧାନସଭା ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Comments are closed.