Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

ରାଉରକେଲା: ରାଉରକେଲା ହାତୀବାରୀ ଥାନା ଗୋଟିଟାଙ୍ଗର ଗାଁରେ ଘଟିଛି ଘଟଣା। ମୃତକ ଜଣଙ୍କ ଏମଡି ମାସୁଦ ଆଲାମ ଅଟୋରେ ଝାଡ଼ଖଣ୍ଡ ଓଡ଼ଗାଁରୁ ରାଉରକେଲା ବିଶ୍ରା ଫେରୁଥିବା ହାତୀ ଆକ୍ରମଣରେ ମୃତ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ।
ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ୯ଟା ସମୟରେ ଅଟୋରେ ସୀମାନ୍ତ ଝାଡ଼ଖଣ୍ଡ ଓଡ଼ଗାଁରୁ ରାଉରକେଲା ବିଶ୍ରା ଫେରୁଥିଲେ ୬ ଜଣ। ରାଉରକେଲା ହାତୀବାରୀ ଥାନା ଗୋଟିଟାଙ୍ଗର ନିକଟରେ ହାତୀ ରାସ୍ତା ଅତିକ୍ରମ କରୁଥିଲେ। ଅଟୋରିକ୍ସା ରେ ବସିଥିବା ବ୍ୟବବସାୟୀ ଏମଡି ମାସୁଦ ଆଲାମ ଅଟୋ ରିକ୍ସାରୁ ଓହ୍ଲାଇଥିଲେ, ଯାହାଫଳରେ ତାଙ୍କୁ ହାତୀ ବିଲରେ କଚାଡି ଦେଇଥିଲା। ଘଟଣାସ୍ଥଳରେ ମାସୁଦଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଏମଡ଼ି ମାସୁଦ ଆଲାମଙ୍କ ଘର ବିଶ୍ରା ଅଂଚଳରର ବୋଲି ଜଣାପଡିଛି ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ବନବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.