ମହଙ୍ଗା ହୋଇପାରେ ଫୋନ୍ କଲ୍ !
ନୂଆଦିଲ୍ଲୀ : ଦୂରରେ ହେଉକି ପାଖରେ କଥାବାର୍ତ୍ତା ହେବାରେ ମୋବାଇଲ୍ ଅନେକ ସାହାଯ୍ୟ କରିଥାଏ । ଏଣିକି ଇଣ୍ଟରନେଟ୍ ବ୍ୟବହାର କରିବା ମହଙ୍ଗା ହୋଇଯିବ । ଚଳିତ ବର୍ଷ ଡିସେମ୍ବର ୧ରୁ ଗ୍ରାହକଙ୍କୁ ଫୋନ୍ କଲ୍ ସହ ଇଣ୍ଟରନେଟ୍ ବ୍ୟବହାର କରିବା ମହଙ୍ଗା ପଡ଼ିପାରେ ।
ଭୋଡାଫୋନ୍, ଆଇଡିଆ, ଏୟାରଟେଲ୍ ସେମାନଙ୍କର ପ୍ଲାନ୍ ଡିସେମ୍ବର ୧ରୁ ବୃଦ୍ଧି କରିବା ନେଇ ଯୋଜନା ଚଳାଇଛନ୍ତି। ପୂର୍ବରୁ ଏହି ଟେଲିକମ୍ କମ୍ପାନୀ ପ୍ଲାନ୍ ବୃଦ୍ଧି ନେଇ ଘୋଷଣା କରି ସାରିଛନ୍ତି।
ଏହି ଟେଲିକମ୍ପ କମ୍ପାନୀ ନିଜ ବକେୟାକୁ ପୂରଣ କରିବା ପ୍ଲାନ୍ ବୃଦ୍ଧି ଉପରେ ବିଚାର କରୁଛନ୍ତି । ତେବେ ପ୍ଲାନ୍ କେତେ ବୃଦ୍ଧି ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନାହିଁ ।
ଶୁଣିବାକୁ ମିଳୁଛି, ରିଚାର୍ଜ ମୂଲ୍ୟରେ ବୃଦ୍ଧି ନ ହୋଇ ବରଂ ଏହା ବଦଳରେ କିଛି ସର୍ଭିସ୍ କମ୍ କରି ଦିଆଯାଇପାରେ । ତେବେ ଏସବୁ ସେତେବେଳେ ସ୍ପଷ୍ଟ ହେବ ଯେତେବେଳେ କମ୍ପାନୀ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।
Comments are closed.