Odisha Link
Bridging the Missing Links in Odisha

ରାଜ୍ୟର ୪୫ଟି ସୁନା ଗହଣା ଦୋକାନ ଉପରେ ଚଢ଼ାଉ, ଆଦାୟ ହେଲା ଏତିକି ଟଙ୍କା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନସ୍ଥ ବୈଧମାପ ବିଜ୍ଞାନ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶମତେ ଚଳିତ ନଭେଞ୍ଚର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱରରେ ସୁନାଗହଣା ଦୋକାନ ଏବଂ ପ୍ରତିଷ୍ଠାନ ଉପରେ ଅଚାନକ ଚଢ଼ାଉ କରାଯାଇଛି।

ମୋଟ ୪୫ଟି ଦୋକାନ ଏବଂ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିବାବେଳେ ୨୯ଟି ଦୋକାନ ଏବଂ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ବାବଦରେ ୨୭ଟି ଦୋକାନ ଓ ପ୍ରତିଷ୍ଠାନରୁ ୩ ଲକ୍ଷ ୭୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଇଛି। ଅନ୍ୟ ଦୁଇଟି ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡି ନୋଟିସ୍‌ ଜାରି କରାଯାଇଛି।

ଭୁବନେଶ୍ୱରରେ ୧୦ଟି ଦୋକାନ ଓ ପ୍ରତିଷ୍ଠାନ ଉ ପରେ କରାଯାଇଥିବା ଚଢ଼ାଉରୁ ୮ଟି ଦୋକାନରେ ବୈଧମାପ ବିଜ୍ଞାନ ନିୟମ ପାଳନର ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଏ ବାବଦରେ ଏକ ଲକ୍ଷ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବ୍ରହ୍ମପୁରରେ ୮ଟି ଦୋକାନ ଓ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରୁ ୫ଟି ଦୋକାନ ଓ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଏ ବାବଦରେ ୪ଟି ଦୋକାନ ଓ ପ୍ରତିଷ୍ଠାନରୁ ୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗୋଟିଏ ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡି ନୋଟିସ୍‌ ଜାରି କରାଯାଇଛି।କଟକରେ ୮ଟି ଦୋକାନ ଓ ପ୍ରତିଷ୍ଠାନ ଉ ପରେ କରାଯାଇଥିବା ଚଢ଼ାଉରୁ ୫ଟି ଦୋକାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଏହି ବାବଦରେ ୩୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି।

ରାଉରକେଲାରେ ୪ଟି ଦୋକାନ ଓ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିବାବେଳେ ୨ଟି ଦୋକାନରୁ ୩୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ସେହି ପରି ସମ୍ବଲପୁରର ଚଢ଼ାଉ କରାଯାଇଥିବା ସମସ୍ତ ୫ଟି ଦୋକାନ ଓ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଏହି ବାବଦରେ ୪ଟି ଦୋକାନ ଓ ପ୍ରତିଷ୍ଠାନରୁ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗୋଟିଏ ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡି ନୋଟିସ୍‌ ଜାରି କରାଯାଇଛି। ସେହିପରି ବାଲେଶ୍ୱରରେ ୧୦ଟି ଦୋକାନ ଓ ପ୍ରତିଷ୍ଠାନ ଉ ପରେ କରାଯାଇଥିବା ଚଢ଼ାଉରୁ ୪ଟି ଦୋକାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଏ ବାବଦରେ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

ସୁନାଗହଣାରେ ବୈଧମାପ ପରେ ତ୍ରୁଟି ଯୋଗୁଁ ଭୁବନେଶ୍ୱରର ଲାଲଚାନ୍ଦ ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଷ୍ଟେସନ୍‌ ସ୍କୋୟାର, କଲ୍ୟାଣୀ ଜୁଏଲର୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ସହିଦନଗର, ଖେମ୍‌ଜି ଜୁଏଲର୍ସ, ସହିଦନଗର, ତନିସ୍କ, ଚନ୍ଦ୍ରଶେଖରପୁର, ରିଲିୟାନ୍ସ, ଚନ୍ଦ୍ରଶେଖର ପୁର, ସେନ୍‌କୋ ଗୋଲ୍‌ଡ ଟେକ୍‌, ମାଷ୍ଟରକ୍ୟାଣ୍ଟିନ୍‌, ମେସର୍ସ ହଲ୍‌ମାର୍କ, ଚନ୍ଦ୍ରଶେଖର ପୁର, କଟକର ଇ ପାରି ଗୋବିନ୍ଦ ଆଣ୍ଡ ସନ୍ସ, ନିମ୍‌ଚୌଡ଼ି, ଜ୍ୟୋତ୍ସ୍ନା ଅଳଙ୍କାର ଭଣ୍ଡାର, ଜେଲ୍‌ରୋଡ୍‌, ଅନିତା ଜୁଏଲର୍ସ, ନିମଚୌଡ଼ି ସମେତ ୨୭ଟି ସୁନାଗହଣା ଦୋକାନରୁ ଜରିମାନା ଆଦାୟ କରାଯାଇଥିବାବେଳେ ସଞ୍ଚଲ ପୁରର ନିଉ୍‌ ପାୟଲ୍‌ ଜୁଏଲର୍ସ ଏବଂ ବ୍ରହ୍ମପୁରର କେଶବ ଜୁଏଲର୍ସ, ବଡ଼ବଜାରକୁ କମ୍ପାଉଣ୍ଡିଂ ନୋଟିସ୍‌ ଜାରି କରାଯାଇଛି।

Comments are closed.