ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ସିବିଆଇ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ସିବିଆଇ। ଶାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୁଲିସ୍ କମିଶନର ରାଜୀବ କୁମାରଙ୍କ ଅଗ୍ରୀମ ଜାମିନ୍ ଖାରଜ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା ସିିବିଆଇ।ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାଜୀବ କୁମାରଙ୍କୁ ନୋଟିସ କରିଛନ୍ତି। କାହିଁକି ତାଙ୍କର ଅଗ୍ରୀମ ଜାମିନ ଖାରଜ ନହେବ ସେ ନେଇ ସାତ ଦିନ ମଧ୍ୟରେ ପକ୍ଷ ରଖିବାକୁ ରାଜୀବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ସିବିଆଇ ରାଜୀବ କୁମାରଙ୍କୁ କାହିଁକି ନ୍ୟାୟିକ ହେପାଜତକୁ ନେଇ ପଚରାଉଚରା କରିବାକୁ ଚାହୁଁଛି ସେ ବାବଦରେ ଆବଶ୍ୟକ ତଥ୍ୟ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ।
ପ୍ରଧାନ ବିଚାରପତି ଜଷ୍ଟିସ ଏ ଏସ ବୋବଡେ କହିଛନ୍ତି, ରାଜୀବ କୁମାର ଦୀର୍ଘ ସମୟ ହେବ ଫେରାର ଅଛନ୍ତି। ହେଲେ ସେ ଗୋଟିଏ ବଡ଼ ପଦବୀରେ ନିଯୁକ୍ତ ଅଛନ୍ତି। ତେଣୁ ତାଙ୍କୁ କାହିଁକି ଗିରଫ କରିବା ଆବଶ୍ୟକ ସେ ବାବଦରେ ସୁପ୍ରିମକୋର୍ଟଙ୍କୁ ବୁଝାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାଜୀବ କୁମାରଙ୍କୁ କୋଲକାତା ହାଇକୋର୍ଟ ଅଗ୍ରୀମ ଜାମିନ୍ ଦେଇଛନ୍ତି। ଏହାକୁ ବିରୋଧ କରି ସିବିଆଇ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି।
Comments are closed.