ଶ୍ରୀଧର ପାତ୍ର ନାଲକୋ ଅଧ୍ୟକ୍ଷ
ଭୁବନେଶ୍ବର: ଜାତୀୟ ଇସ୍ପାତ କମ୍ପାନୀ ନାଲକୋର ନୂଆ ଅଧ୍ୟକ୍ଷ ଭାବେ ଡ. ଶ୍ରୀଧର ପାତ୍ରଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ଏନେଇ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ପ୍ରତି ଶ୍ରୀ ପାତ୍ର ନାଲକୋର ନିର୍ଦ୍ଦେଶକ(ଅର୍ଥ) ଅଛନ୍ତି।
ବର୍ତ୍ତମାନ ନାଲକୋର ଅଧ୍ୟକ୍ଷ ଥିବା ତପନ କୁମାର ଚାନ୍ଦ ଆସନ୍ତାକାଲି କାର୍ଯ୍ୟରୁ ଅବସର ନେଉଥିବା ବେଳେ ଡିସେମ୍ବର ପହିଲାରୁ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବେ ଶ୍ରୀ ପାତ୍ର। ଆଗାମୀ ୩ମାସ ପର୍ଯ୍ୟନ୍ତ ଏହି ପଦରେ ଶ୍ରୀ ପାତ୍ର ରହିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ନାଲକୋର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଶ୍ରୀ ପାତ୍ରଙ୍କୁ ଗତ ଅଗଷ୍ଟ ମାସରେ ଚୟନ କରିଥିଲେ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସିଲେକ୍ସନ ବୋର୍ଡ। ଉତ୍କଳ ବିଶ୍ବବିଦ୍ୟାଳୟ ଅଧିନରେ ବାଣିଜ୍ୟରେ ସ୍ନାତକ କରିଥିବା ଶ୍ରୀ ପାତ୍ର ପରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଶିକ୍ଷା ସମାପ୍ତ କରି ବିଦ୍ୟାସାଗର ବିଶ୍ବବିଦ୍ୟାଳୟରେ ଏମବିଏ କରିଥିଲେ।
ନାଲକୋରେ ଯୋଗ ଦେବା ପୂର୍ବରୁ ସେ ଟିଏଚ୍ଡିସି ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ (ଅର୍ଥ) ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍, ଇଣ୍ଡିଆ ରେୟାର ୟାର୍ଥସ ଲିମିଟିଡେ ଓ ଓଏନଜିସି ସମେତ ବିଭିନ୍ନ ସଂସ୍ଥାନରେ ୩୦ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟ କରିଛନ୍ତି।
Comments are closed.