Odisha Link
Bridging the Missing Links in Odisha

ଖରିଫ୍‌ ଧାନ ସଂଗ୍ରହ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ଖରିଫ ଧାନ ସଂଗ୍ରହ ବର୍ଷ ୨୦୧୯-୨୦ରେ ଚଳିତ ନଭେମ୍ବର ମାସଠାରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଇ ଏ ପର୍ଯ୍ୟନ୍ତ ୯,୮୨,୭୯୦ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରାଯାଇଛି । ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ପଞ୍ଜୀକୃତ ଚାଷୀମାନଙ୍କଠାରୁ ପ୍ରାଥମିକ କୃଷି ସମବାୟ ସମିତିମାନେ ପି- ପାସ୍‌ ଜରିଆରେ ସିଧାସଳଖ ଧାନ ସଂଗ୍ରହ କରୁଛନ୍ତି ।

ଆଜି ସୁଦ୍ଧା ୭୦୪ଟି ଧାନ ସଂଗ୍ରହ କେନ୍ଦ୍ରରେ ଧାନ ସଂଗ୍ରହ ନିମନ୍ତେ ୭୯,୩୨୪ ଜଣ ଚାଷୀଙ୍କୁ ୫୬,୦୮,୪୭୨ କ୍ୱିଣ୍ଟାଲ୍‌ ଧାନ କିଣିବା ପାଇଁ ଆଗୁଆ ୧,୦୧,୭୨୬ଟି ଟୋକନ ଦିଆଯାଇଛି । ଏଥି ମଧ୍ୟରୁ ଆଜି ସୁଦ୍ଧା ୧୪,୭୨୫ ଜଣ ଚାଷୀଙ୍କ ଠାରୁ ୯,୮୨,୭୯୦ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରାଯାଇଛି । ପ୍ରମୁଖ ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାରେ ୧୬୮ଟି କେନ୍ଦ୍ରରେ ୫୦,୬୩୪ ଜଣ ଚାଷୀଙ୍କୁ ୫୯,୪୯୬ଟି ଆଗୁଆ ଟୋକେନ୍‌ ଦିଆଯାଇଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ୧୫୩ଟି ଧାନ ସଂଗ୍ରହ କେନ୍ଦ୍ରରେ ୫୦୩୬ ଜଣ ଚାଷୀଙ୍କୁ ୬୨୦୦ଟି ଟୋକନ, କଳାହାଣ୍ଡି ଜିଲ୍ଲାରେ ୧୪୯ଟି କେନ୍ଦ୍ରରେ ୪୬୦୫ ଜଣ ଚାଷୀଙ୍କୁ ୭୬୬୧ଟି ଟୋକନ, ମାଲକାନଗିରି ଜିଲ୍ଲାରେ ୫୯ଟି କେନ୍ଦ୍ରରେ ୫୦୬୦ ଜଣ ଚାଷୀଙ୍କୁ ୯୨୯୮ଟି ଟୋକନ, ନୂଆ ପଡ଼ା ଜିଲ୍ଲାରେ ୬୩ଟି କେନ୍ଦ୍ରରେ ୨୮୮୭ ଜଣ ଚାଷୀଙ୍କୁ ୩୫୮୧ଟି ଟୋକନ, ସମ୍ବଲ ପୁର ଜିଲ୍ଲାରେ ୪୨ଟି କେନ୍ଦ୍ରରେ ୮୨୧୦ ଜଣ ଚାଷୀଙ୍କୁ ୧୧୯୧୩ ଟୋକନ ଓ ସୁବର୍ଣ୍ଣ ପୁର ଜିଲ୍ଲାରେ ୪୦ଟି କେନ୍ଦ୍ରରେ ୨୬୫୨ ଜଣ ଚାଷୀଙ୍କୁ ୩୨୩୮ଟି ଆଗୁଆ ଟୋକନ ଦିଆଯାଇଛି ।

ସେହିପରି ଟୋକନ ଜରିଆରେ ବରଗଡ଼ ଜିଲ୍ଲାରେ ପର୍ଯ୍ୟନ୍ତ ୭୬୧୭ ଜଣ ଚାଷୀ ୫,୪୪,୭୯୬ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ୯୭୯ ଜଣ ଚାଷୀ ୬୪,୮୪୭ କ୍ୱିଣ୍ଟାଲ୍‌, କଳାହାଣ୍ଡି ଜିଲ୍ଲାରେ ୧୫୩୦ ଜଣ ଚାଷୀ ୯୦,୬୩୨ କ୍ୱିଣ୍ଟାଲ୍‌ ଧାନ, ନୂଆ ପଡ଼ା ଜିଲ୍ଲାରେ ୭୪୨ ଜଣ ଚାଷୀ ୨୫,୦୩୨ କ୍ୱିଣ୍ଟାଲ୍‌, ସମ୍ବଲ ପୁର ଜିଲ୍ଲାରେ ୧୫୫୮ ଜଣ ଚାଷୀ ୧,୪୧,୭୬୮ କ୍ୱିଣ୍ଟାଲ୍‌, ମାଲକାନଗରି ଜିଲ୍ଲାରେ ୧୫୧୯ ଜଣ ଚାଷୀ ୫୦,୭୫୮ କ୍ୱିଣ୍ଟାଲ୍‌, ସୁବର୍ଣ୍ଣ ପୁର ଜିଲ୍ଲାରେ ୭୪୮ ଜଣ ଚାଷୀ ୬୨,୫୫୩ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିଛନ୍ତି । ଆଜି ପର୍ଯ୍ୟନ୍ତ ସମୁଦାୟ ୧୪୭୨୫ ଜଣ ଚାଷୀ ମୋଟ ୯,୮୨,୭୯୦ କ୍ୱିଣ୍ଟାଲ୍‌ ଧାନ ବିକି୍ର କରିଛନ୍ତି । ଧାନ ବିକ୍ରି ମୂଲ୍ୟ ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ ଆଜି ସୁଦ୍ଧା ୧୦,୮୪୮ ଜଣ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ୧୨୨ କୋଟି ୩୦ ଲକ୍ଷ ୧୧ ହଜାର ୨୨୬ ଟଙ୍କା ପ୍ରେରଣ କରାଯାଇଛି ।

Comments are closed.