ତିନିମାସ ଶିଶୁର ମୃତଦେହ ଉଦ୍ଧାର
କୋରାପୁଟ: ତିନି ମାସର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା କୋରାପୁଟ ଜିଲ୍ଲା ଜୟପୁର ଦଶମନ୍ତପୁରରେ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ଜୟପୁର ଦଶନମନ୍ତପୁରରେ ତିନି ମାସର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ରାତିରେ ମାଆ କୋଳରୁ ନେଇ କେହି ଶିଶୁକୁ ହତ୍ୟା କରିଥିବା ସୂଚନା ମିଳିଛି। ଘର ନିକଟରୁ ହିଁ ଶିଶୁଟିର ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତ କରିଥିଲେ, କିନ୍ତୁ ଡାକ୍ତର ସେଠାରେ ଶିଶୁକୁ ମୃତ୍ୟୁ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
Comments are closed.