Odisha Link
Bridging the Missing Links in Odisha

୨୦୨୦ ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଅଣ୍ଡର୍‌-୧୯ ବିଶ୍ୱକପର ୧୩ଶ ସଂସ୍କରଣ ଆସନ୍ତାବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ। ଏଥିପାଇଁ ୪ଥରର ବିଜେତା ଭାରତ ୨୦୨୦ ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି। ଭାରତୀୟ ଅଣ୍ଡର-୧୯ର ମଙ୍ଗ ସମ୍ଭାଳିବେ ଉତ୍ତର ପ୍ରଦେଶ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗ। ତାଙ୍କ ଦଳର କ୍ୟାପଟେନ୍ ଭାବେ ମନୋନୀତ କରାଯାଇଛି। ସେହିପରି ଧ୍ରୁବ ଚାନ୍ଦ ଜୁରେଲ ଟିମର ଭାଇସ୍‌-କ୍ୟାପଟେଡନ୍ ହୋଇଛନ୍ତି।

ଅଣ୍ଡର-୧୯ ବିଶ୍ୱକପର ୧୩ଶ ସଂସ୍କରଣ ଆସନ୍ତାବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ। ଭାରତ ଗ୍ରୁପ୍‌-ଏ’ରେ ଜାପାନ, ନ୍ୟୁଜିଲ୍ୟାଣ୍ଡ୍ ଓ ଶ୍ରୀଲଙ୍କା ସହ ସ୍ଥାନ ପାଇଛି। ବିଶ୍ୱକପରେ ଭାଗ ନେବାକୁଥିବା ୧୬ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି।

ବିଶ୍ୱକପ୍ ପାଇଁ ଚୟନ ହୋଇଥିବା ଟିମକୁ ନେଇ କୋଚ୍ ଡ୍ରାଭିଡ୍ କହିଛନ୍ତି, “ଏହା ଏକ ସନ୍ତୁଳିତ ଦଳ। ଗତ ସଂସ୍କରଣ ତୁଳନାରେ ଏଥର ଦଳରେ ଅଧିକ ଅଲରାଉଣ୍ଡର ଅଛନ୍ତି, ଯାହା ଆମ ପାଇଁ ଫଳପ୍ରଦ ହେବ। ଯଦି ଦକ୍ଷିଣ ଆଫ୍ରିକାର ପିଚ୍ ପେସ୍ ବୋଲରଙ୍କୁ ସୁହାଇବ, ତାହେଲେ ଆମ ପାଖରେ ଉନ୍ନତ ପେସ୍ ଆଟାକ୍ ଉପଲବ୍ଧ ଅଛି। ଏହାଛଡ଼ା ଆମ ପାଖରେ ସପ୍ତମ, ଅଷ୍ଟମ ଏବଂ ନବମ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂ ରହିଛି। ଟିମରେ ଭଲ ସ୍ପିନର୍ ମଧ୍ୟ ଅଛନ୍ତି।”

ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ପ୍ରିୟମ ଗର୍ଗ (ଅଧିନାୟକ), ଯଶସ୍ୱୀ ଜୈସୱାଲ୍‌, ତିଳକ ବର୍ମା, ଦିବ୍ୟାଂଶ ସାକ୍ସେନା, ଧ୍ରୁବ ଚାନ୍ଦ ଜୁରେଲ (ଉପ-ଅଧିନାୟକ ଓ ୱିକେଟକିପର), ଶାଶ୍ୱତ ରାୱତ୍‌, ଦିବ୍ୟାଂଶ ଯୋଶୀ, ଶୁଭାଙ୍ଗ ହେଗଡେ, ରବି ବିଷ୍ନୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗି, ଅଥର୍ବ ଅଙ୍କୋଲେକର, କୁମାର କୁଶାଗ୍ର (ୱିକେଟକିପର), ସୁଶାନ୍ତ ମିଶ୍ର, ବିଦ୍ୟାଧର ପାଟିଲ୍‌, ସିଟିଏଲ୍ ରକଶନ୍ (କେବଳ ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ଚତୁର୍କୋଣୀୟ ସିରିଜ୍ ପାଇଁ)।

Comments are closed.