ହରଭଙ୍ଗା ବିଡିଓ ନିଲମ୍ବିତ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗାଇଡ଼୍ଲାଇନ୍ ନ ମାନିବାରୁ ରାଜ୍ୟ ସରକାର ତାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ତାଙ୍କ ସହ ୨ ଜଣ ସରପଞ୍ଚଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ସରପଞ୍ଚ ଅଭିମନ୍ୟୁ ଜେନା ଓ ଉଷାନ୍ତ ସାହୁ ଅର୍ଥ ହେରଫେର ପାଇଁ ନିଲମ୍ବିତ ହୋଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
Comments are closed.