ଯୋଗାଣ ମନ୍ତ୍ରୀଙ୍କ ‘ପିଆଜ’ ଆଶ୍ୱାସନା, କଂଗ୍ରେସକୁ କଲେ ସମାଲୋଚନା
![](https://www.odishalink.com/wp-content/uploads/2019/11/ranendra-1.jpg)
ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟରେ କମିବ ପିଆଜ ଦର। ଡିସେମ୍ବର ଶେଷ ଆଡକୁ ପିଆଜ ଦର କମିବା ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା। ଡିସେମ୍ବର ଶେଷ ସପ୍ତାହରେ କିମ୍ବା ଜାନୁୟାରୀ ପ୍ରଥମ ଆଡକୁ ନୂଆ ପିଆଜ ବାହାରିବ ଆଉ ତାହା ବଜାରକୁ ଆସିବ। ଫଳରେ ରାଜ୍ୟରେ ପିଆଜ ଦର ମନକୁମନ କମିବ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ଓଡିଶା ସରକାର ପିଆଜ ଦରରେ ସ୍ଥିରତା ଆଣିବାକୁ ସବୁ ପ୍ରକାର ଚେଷ୍ଟା କରିଛନ୍ତି। ଏବେ ରାଜ୍ୟରେ ୫୨ରୁ ୭୫ ଟଙ୍କା ମଧ୍ୟରେ ପିଆଜ ବିକ୍ରି ହେଉଛି। ଅନ୍ୟ ରାଜ୍ୟ ତୁଳନାରେ ଆମର କମ ପଇସାରେ ବିକ୍ରି ହେଉଛି। ତେବେ ନାସିକ ଭଳି ଯେଉଁ ସବୁ ସ୍ଥାନରୁ ପିଆଜ ଆସେ ସେଠି ବର୍ଷା କାରଣରୁ ଏଥର ପିଆଜ ଆସିନି ତେଣୁ ଦର ବୃଦ୍ଧି ହୋଇଛି।
ଅନ୍ୟପଟେ କଂଗ୍ରେସର ପିଆଜ ବିକ୍ରିକୁ ସମାଲୋଚନା କରିଛନ୍ତି ମନ୍ତ୍ରୀ ସ୍ୱାଇଁ। କଂଗ୍ରେସ ପିଆଜ ବିକିବା ଏକ ସ୍ଥାୟୀ ସମାଧାନ ନୁହେଁ। କଂଗ୍ରେସ ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିବାକୁ ଏଭଳି କରିଛି। ତେବେ ରାଜ୍ୟ ସରକାର ଜାଣନ୍ତି ଲୋକଙ୍କ ସୁବିଧା ପାଇଁ କଣ କରିବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ସକାଳେ ପିଆଜର ଦର ବୃଦ୍ଧି ନେଇ ଭିନ୍ନ ପ୍ରତିବାଦ କରିଥିଲା କଂଗ୍ରେସ। ଶସ୍ତାରେ ଲୋକଙ୍କୁ ପିଆଜ ବିକ୍ରି କରି ପ୍ରତିବାଦ କରିଥିଲା। ମାଷ୍ଟରକ୍ୟାଣ୍ଟିନରେ ମାତ୍ର ୪୦ ଟଙ୍କାରେ ଲୋକଙ୍କୁ ପିଆଜ ଦେଇଥିଲା କଂଗ୍ରେସ। ଲୋକେ ବି ଶସ୍ତାରେ ପିଆଜ କିଣିବାକୁ ନାହିଁ ନଥିବା ଭିଡ ଲଗାଇଥିଲେ।
Comments are closed.