୧୮ ହଜାରରୁ ଅଧିକ କଫ୍ ସିରପ ବୋତଲ ଜବତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ରୁ ୧୮ହଜାରରୁ ଅଧିକ କଫ୍ ସିରପ ବୋତଲ ଜବତ କରାଯାଇଛି। ପାଖାପାଖି ୧୦୦ କାର୍ଟୁନରେ ରଖାଯାଇଥିଲା ଏହି କଫ୍ ସିରପ ବୋତଲ।ଏହି କଫ ସିରପକୁ ମଦ ବଦଳରେ ପିଆଯାଉଥିବାର ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।
ସୂଚନା ଅନୁଯାୟୀ, ପାଟଣାଗଡ଼ ଥାନାର ଲୁଇସିଂହାର ଏକ ଗୋଦାମରୁ ୧୮ହଜାରରୁ ଅଧିକ କଫ୍ ସିରପ ବୋତଲ ଜବତ କରାଯାଇଛି। ତେବେ ୧୮ ହଜାରରୁ ଅଧିକ ବୋତଲ କଫ୍ ସିରପ ରଖିଥିବା ଲୋକଜଣକ ଫେରାର ହୋଇଯାଇଥିବାର ସୂଚନା ମିଳିଛି। ସେ କିପରି ଏବଂ କେଉଁଠାରୁ ଏତେ ମାତ୍ରରେ କଫ୍ ସିରପ ବୋତଲ ଆଣିଥିଲା ତାର ତଦନ୍ତ ଆରମ୍ଭ କରିଛି ପାଟଣାଗଡ଼ ପୁଲିସ। ଏହାଛଡ଼ା ଫେରାର ଅଭିଯୁକ୍ତକୁ ଧରିବାଲାଗି ବି ପୁଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି।
Comments are closed.