ଆଜି ଠାରୁ ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହ
ମାଲକାନିଗିରି: ଆଜିଠାରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳିବାକୁ ନକ୍ସଲ ମାନ ଆହ୍ନାନ ଦେଇଛନ୍ତି। ବିଏସଏଫ, ସିଆରପିଏଫ, ଡିଭିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂକୁ ଜୋରଦାର କରାଯାଇଛି।
ଏଥିପାଇଁ ଉପାନ୍ତ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ମାନ ଲଗାଯାଇଛି। ଏପକରିକି ବହୁଦିନ ପରେ ପାଇକ ମାଳ ଅଞ୍ଚଳରେ ନକ୍ସଲ ମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ସାଧାରଣତ ପିଏଲଜିଏ ସପ୍ତାହ ପାଳନ ବେଳେ ନକ୍ସଲ ମାନେ କୌଣସି ବଡ ଅଘଟଣ ମାନ ଘଟାଇବାର ସମ୍ଭାବନା ଥିବାରୁ ମାଲକାନଗିରି ପୋଲିସ ପକ୍ଷରୁ ଆନ୍ଧ୍ର ଓ ଛତିଶଗଡ ସୀମାକୁ ସିଲ୍ କରି ଦିଆଯାଇଛି। ବିଏସଏଫ, ସିଆରପିଏଫ, ଡିଭିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂକୁ ଜୋରଦାର କରାଯାଇଛି। କୌଣସି ଅପ୍ରିତିକର ପରିସ୍ଥିତର ମୁକାବିଲା ପାଇଁ ଗୁଇନ୍ଦା ବିଭାଗ ମଧ୍ୟ ସଜାଗ ରହଛି। ଜିଲ୍ଲା ବାହାର ତଥା ଅଚିହ୍ନା ଲୋକଙ୍କ ଗାଡି ଓ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି। ପିଏଲଜିଏ ସସ୍ତାହ ପାଳନ ବେଳେ ନକ୍ସଲ ମାନେ ଅଧିକ ହିଂସାତ୍ମକ କାର୍ଯ୍ୟକଳାପ କରିବାର ଆଶଙ୍କା ଧିବାରୁ ସାଧାରଣ ଲୋକେ ଭୟଭିତ ନହୋଇ ପୋଲିସ ର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।
Comments are closed.