ଏନଆରସି ପ୍ରସଙ୍ଗ: ବିରୋଧୀଙ୍କୁ ଜବାବ ଦେଲେ ଶାହ, କହିଲେ ସବୁ..
ରାଞ୍ଚି: ଏନଆରସି ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି। ଆଜି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ କହିଥିଲେ। ଯାହାଫଳରେ ପାଲଟା ଜବାବ ରଖିଛନ୍ତି ଅମିତ ଶାହ। ଏନଆରସି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ କହିବାକୁ ଯାଇ ବିରୋଧୀଙ୍କ କଡ଼ା ଜବାବ ଦେଇଛନ୍ତି ଶାହ।
ଝାଡ଼ଖଣ୍ଡର ଚକ୍ରଧରପୁର ରାଲିରେ ଦଳ ପାଇଁ ପ୍ରଚାର କରିବା ବେଳେ ସେ କହିଛନ୍ତି, ସାରା ଦେଶରେ ଏନଆରସି ଲାଗୁ ହେବ କି ନାହିଁ ଲୋକମାନେ କହିବା ଦରକାର। କଂଗ୍ରେସ ଏନଆରସି ଲାଗୁ କରିବାକୁ ମନା କରୁଛି। ହେଲେ ଦେଶରେ ମୋଦି ସରକାର ରହିଛି, ଏହି ସରକାର ସାରା ଦେଶରେ ଏନଆରସି ଲାଗୁ କରି ଅନୁପ୍ରବେଶକାରୀଙ୍କୁ ବାହାର କରିବ ବୋଲି ଶାହ କହିଛନ୍ତି।
ଏଥିସହିତ ସେ କହିଛନ୍ତି ଯେ ଆମ ଦେଶର ପ୍ରକୃତ ନାଗରିକ ହୋଇଥିବା ବ୍ୟକ୍ତି ଯେ କୌଣସି ଧର୍ମର ହୋଇଥାନ୍ତୁ କି ନା ସେମାନେ ଏନଆରସି ତାଲିକାରେ ସ୍ଥାନ ପାଇବେ । ତେବେ ଏନଆରସି ଓ ନାଗରିକତା ସଂଶୋଧନ ବିଲ ଦୁଇଟି ଅଲଗା ଅଲଗା ବିଷୟ ବୋଲି ସେ କହିଛନ୍ତି ।
Comments are closed.