ପୁରୀ ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ କର୍ମୀଙ୍କ ନବୀନ ନିବାସ ଘେରାଉ ଉଦ୍ୟମ
ଭୁବନେଶ୍ବର: ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଭୁବନେଶ୍ବରରେ ଜୋରଦାର ବିକ୍ଷୋଭ କରିଛି କଂଗ୍ରେସ। କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନ ଠାରୁ ବାଇକ ରାଲିରେ ବାହରି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ଶିଶୁ ଭବନ ଛକରେ ଅଟକାଇଥିଲା ପୋଲିସ। ଫଳରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ସେପଟେ ଗଣଦୁଷ୍କର୍ମ ଘଟଣାରେ ପ୍ରେସମିଟ୍ କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ। ଗଣଦୁଷ୍କର୍ମ ହୋଇଥିବା ସ୍ବୀକାର କରିଛନ୍ତି ଡିଆଇଜି। ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଏବଂ ତାଙ୍କ ସହଯୋଗୀ ରାଜେଶ କୁମାର ସେଠୀକୁ ବି ଗିରଫ କରାଯାଇଛି। ଏହି ୨ ଜଣଙ୍କୁ ଗିରଫ କରିଛି କୁମ୍ଭାରପଡା ପୋଲିସ। ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯିବ। ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଚାଲିଛି ପଚରାଉଚରା। ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ୨୦ ଦିନ ମଧ୍ୟରେ ମାମଲାର ଚାର୍ଜସିଟ୍ ଦାଖଲ କରାଯିବ। ଆଇପିସି ୩୬୬, ୩୬୭- ଡିଏ, ୩୯୪ ପୋକ୍ସୋ ଆକ୍ଟ ଅନୁଯାୟୀ ପୀଡିତଙ୍କୁ ନ୍ୟାୟ ଦିଆଯିବ। ପୀଡିତାଙ୍କୁ ସମସ୍ତ ସୁରକ୍ଷା ଦିଆଯିବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ପୀଡିତା ନାବାଳିକା ଥିବାରୁ ଡିଏସଡବ୍ଲୁଓଙ୍କ ପକ୍ଷରୁ କାଉନସେଲିଂ କରାଯାଉଛି।
Comments are closed.