୨୨ଟି ଭାଷାରେ ଗୀତ ଗାଇ ଚର୍ଚ୍ଚାରେ ଆର୍ଶା
ମୁମ୍ବାଇ : ଭାଇ ଭାଇର ବାର୍ତ୍ତା ଦେଇଥାଏ ଭାରତ । ଜାତି, ଧର୍ମ, ବର୍ଣ୍ଣ ତଥା ଭାଷା ଭେଦରେ ସମସ୍ତ ଭାରତୀୟ ଏକ; ଏବ˚ ଏହା ହିଁ ଭାରତୀୟ ସ˚ସ୍କୃତି ଓ ମହାନ୍ ପର˚ପରାର ପରିଚୟ। ମୁମ୍ବାଇର ପନ୍ଦର ବର୍ଷ ବୟସ୍କା କିଶୋରୀ ଭାରତୀୟ ସମ୍ବିଧାନ ଦ୍ୱାରା ସ୍ୱୀକୃତ ସମସ୍ତ ବାଇଶଟି ଭାଷାରେ ସେ ଏକ ଗୀତ ରଚନା କରି ଚର୍ଚ୍ଚାରେ ଅଛନ୍ତି । ଗୀତ ଟିକୁ ଲେଖିବା ସହ ନିଜେ ମଧ୍ୟ ଗାଇଛନ୍ତି । ତାଙ୍କ ନାଁ ଆର୍ଶା ମୁଖାର୍ଜୀ। ଏହି ଗୀତଟି ବେଶ ମନଛୁଆଁ ହୋଇଛି କାରଣ ଗୀତର ପ୍ରତିଟି ଶବ୍ଦରେ ଜାତୀୟ ଏକତା ଓ ସଦ୍ଭାବନାର ଭାବନା ପ୍ରସ୍ଫୁଟିତ ହୋଇଛି ।
ଆର୍ଶାଙ୍କ ଗୀତଟି ଏବେ ୟୁଟୁବ୍ ସମେତ ଏକାଧିକ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଆର୍ଶା ମୁମ୍ବାଇର ଆଇବି ସ୍କୁଲ୍ର ଛାତ୍ରୀ । ସେ ଗୀତଟିକୁ ପ୍ରଥମେ ଇ˚ରେଜୀ ଭାଷାରେଲେଖିଥିଲେ। ପରେ ଗୀତଟିକୁ ହିନ୍ଦୀ, ତାମିଲ,ବେଙ୍ଗଲୀ ସହ ସାନ୍ତାଳୀ ଏବ˚ ବୋଡ଼ୋ ଭଳି ଭାଷାରେ ଅନୁବାଦ କରିଥିଲେ। ତାଙ୍କୁ ଗୀତ ର ଶୁଦ୍ଧ ଉଚ୍ଚାରଣ ପାଇଁ ଚାରିମାସ ସମୟ ଲାଗିଥିଲା।
Comments are closed.